ସାହିତ୍ୟ
ସାହିତ୍ୟ


ସାହିତ୍ୟ ଏକ
ଅମୃତ ଭଣ୍ଡାର
ଯେତେ ପଢିଲେ
ମନ ଭରେ ନାହିଁ ମୋର ।
ଲେଖା ରେ ସରଳତା
ଗ୍ରହଣ କରେ
ତାହାକୁ ଆଧାର କରି
ଲେଖା ସୃଷ୍ଟି କରେ ।
ସାହିତ୍ୟ ଅଟଇ
ଅମୃତ ସମୁଦ୍ର
ଯେତେ ପାନ କଲେ
ଝରଇ ଝର ଝର ।
ସାହିତ୍ୟ କୁ ପିଲାବେଳୁ
ଭାରି ଭଲପାଏ
ସେଥିପାଇଁ ଏହିଥିରେ
ଅଧିକ ନମ୍ବର ପାଏ ।
ଲେଖୁ ଲେଖୁ
ଲେଖିକା ପାଲଟି ଯାଏ
କବୟତ୍ରୀ ଋପେ
ଆଖ୍ୟା ଟିଏ ପାଏ ।
ସମ୍ମାନ ର ସୋପାନକୁ
ଚଢିତ ପାରିନି
&nbs
p; ଏହାକୁ ପାଇବି ବୋଲି
ଆଶା ତ ରଖିନି ।
ସାହିତ୍ୟ ର ଶବ୍ଦାବଳୀ
ଫୁଟାଇ ପାରେନି
ସରଳ ଭାଷାରେ
ଗୁଡ଼ିଏ ଲେଖିତ ଚାଲିଛି ।
ସାହିତ୍ୟ ଅଟଇ
ପ୍ରେମ ର ମନ୍ଦିର
ଏହି ରସକୁ
ବାଣ୍ଟି ଚାଲେ ସାହିତ୍ୟ କାର ।
ସାହିତ୍ୟ ବିନା ଧରଣୀ
ଅଟେ କଦାକାର
ସାହିତ୍ୟ ହିଁ ପିନ୍ଧାଇ ଥାଏ
ଋପର ଅଳଙ୍କାର ।
ସାହିତ୍ୟ ର ଭାଷାରେ
ସେ ଖେଳିଉଠେ
ତାର ଆଭୂଷଣ ରେ
ସେ ଉଜ୍ବଳମୟୀ ହୋଇ ଉଠେ ।।