STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଉଚ୍ଚ ହେଉ ରାଷ୍ଟ୍ର ଆମ୍ଭ

ଉଚ୍ଚ ହେଉ ରାଷ୍ଟ୍ର ଆମ୍ଭ

1 min
554


କର୍ତ୍ତବ୍ୟଟି ଜନେ ଜୀବନ ଜିଇଁବା

ରାଷ୍ଟ୍ରର ଉନ୍ନତି ପାଇଁ,

ରହି ନିସ୍ବାର୍ଥରେ କରିବ ହିଁ କାର୍ଯ୍ୟ

ଜନହୀତେ ସେବା ପାଇଁ ।


ନେତା ହେଉ ଅବା ବୈଜ୍ଞାନିକ ହେଉ

ହେଉ ଅବା ସେ ଡାକ୍ତର,

ଶିକ୍ଷକ ହେଉ ସେ ଅବା କର୍ମଚାରୀ

ନିସ୍ବାର୍ଥର କାର୍ଯ୍ୟ ତାର ।


ଦେଇ ତିଳାଞ୍ଜଳି ସ୍ବାର୍ଥକୁ ନିଜର

କର୍ତ୍ତବ୍ୟରେ ଅଗ୍ରସର

ଜନତାର ସେବା ପାଇଁ ହିଁ ଜୀବନ

ଅର୍ପଣଟି ନିରନ୍ତର ।


ଉଚ୍ଚ କରିବାରୁ ରାଷ୍ଟ୍ରକୁ ତାହାର

କର୍ମପଥେ ସଦା ସେହୁ,

ସ୍ବାର୍ଥ ନାହିଁ ତିଳେ ଜନତାଙ୍କ କାର୍ଯ୍ୟ

କରିଛି କର୍ତ୍ତବ୍ୟ ସେହୁ ।


ଏହି ପରି ଭାବ ଜନସାଧାରଣେ

ଆସିବା ହିଁ ଦରକାର,

ରହି କର୍ମପଥେ କର୍ମ ହିଁ କରିବା

ଜୀବନେ କର୍ତ୍ତବ୍ୟ ତାର ।


ରାଷ୍ଟ୍

ର ଭକ୍ତି ଅଟେ ସର୍ବୋପରି ରାଷ୍ଟ୍ରେ

ମନୁଷ୍ୟ ଜୀବନେ ଆମ୍ଭ,

ଯାଉ ଚାଲି ପ୍ରାଣ ତାହରି କର୍ଯ୍ୟରେ

ଅଟେ ଶ୍ରେଷ୍ଠ ଧର୍ମ ଆମ୍ଭ ।


ରାଷ୍ଟ୍ର ନିନ୍ଦା ନହୁ ଜୀବନେ ସହନ

ହେଉଟି ବିରୋଧ ତାର,

ଦେଶର ଶତ୍ରୁଙ୍କୁ ଚିହ୍ନଟ କରିଣ

ଦଣ୍ଡିତ କର ତାଙ୍କର ।


ଶକ୍ତିଶାଳୀ ସେନା ଅଟନ୍ତି ରାଷ୍ଟ୍ରର

ନିସ୍ବାର୍ଥର ନେତା ତହିଁ,

ଉଚ୍ଚ ହେବ ରାଷ୍ଟ୍ର ତାଙ୍କରି କାର୍ଯ୍ୟରୁ

ନାହିଁ କିଛି ସଙ୍କା ତହିଁ ।


ଶିକ୍ଷା କ୍ଷେତ୍ରେ ହେଉ ଉନ୍ନତି ଅପାର

ଶିକ୍ଷା ମିଳୁ ମାତୃଭାଷା,

ନିଜ ମାତୃଭାଷା ରାଷ୍ଟ୍ରର ନିର୍ମାଣେ

ପୂରଣ କରିବ ଆଶା ।


ଆମ୍ଭ ସଂସ୍କୃତି କୁ ଜୀବିତ ରଖିବା

କର୍ତ୍ତବ୍ୟ ଜୀବନେ ଆମ୍ଭ,

ପ୍ରଭୁଙ୍କ ପୂଜନ ଆବଶ୍ୟକ ପୁଣି

ପ୍ରଭୁ ପଦେ ଭକ୍ତି ଆମ୍ଭ ।


Rate this content
Log in

Similar oriya poem from Abstract