STORYMIRROR

Anil kumar Pradhan

Abstract

4  

Anil kumar Pradhan

Abstract

ଜଳନ୍ତା ଜୁଇ

ଜଳନ୍ତା ଜୁଇ

1 min
480


ଯେବେ,

ଫଗୁଣକୁ ଫାଶୀଦେଇ ଫାନ୍ଦେ 

ଫଡଫଡ଼ ହେଉଥାଏ ମନପକ୍ଷୀ 

ତୁମେ କହୁଛ 

ପ୍ରେମ ଗୀତ ଗାଇବାକୁ 

ନୀଳ ଆକାଶରେ ଉଡ଼ିଯାଇ 

ତୁମେ ପ୍ରେମିକା

ନା ଜଳନ୍ତା ଜୁଇ l 

ଯେବେ,

ବସନ୍ତର ବାଟବଣା 

ହାଡ଼ଭଙ୍ଗା ହିମ 

ରୁଦ୍ରରୂପି ଗ୍ରୀଷ୍ମରେ ଜଳୁଥାଏ ଜୀବନ 

ତୁମେ କହୁଛ 

ଯିବାକୁ ଯମୁନା କଦମ 

ରାଧା କୃଷ୍ଣ ହୋଇ 

ତୁମେ ପ୍ରେମିକା

ନା ଜଳନ୍ତା ଜୁଇ ll 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract