କିଛି କିଛି ସମ୍ପର୍କର କଥା
କିଛି କିଛି ସମ୍ପର୍କର କଥା
ପର ଲୋକ ଯଦି ମଧ୍ୟସ୍ଥି ହୁଅନ୍ତି
ବାହର ଝଗଡ଼ା ମେଣ୍ଟେ କିଞ୍ଚିତେ ,
ସ୍ୱାମୀ, ସ୍ତ୍ରୀ ଙ୍କ ଝଗଡ଼ାରେ ପଶିଲେ
ସମ୍ପର୍କ ତୁଟିବ ଜାଣ ତୁରିତେ ।୧।
ସନ୍ଦେହର ଘର ଅତି ବିଷମୟ
ଧୀରେ ଧୀରେ ବିଷ ଚରେ ମନରେ ,
ଘରଠୁଁ ବାହାର ଅବିଶ୍ବାସ ଅଗ୍ନି
କୁହୁଳି କୁହୁଳି ଜଳେଇ ମାରେ ।୨।
ପ୍ରହସନ ମଧ୍ୟେ ଭକତଙ୍କ ମେଳ
ଦୁନିଆରେ ପରା ଭରି ରହିଛି ,
ଲୋକ ଦେଖାଣିଆ ଭଗବାନ ପୂଜା
ଭାଗବତ ଟୁଙ୍ଗୀ ଖାଲି ପଡ଼ିଛି ।୩।
ସମ୍ପର୍କ ମଧ୍ୟରେ ବଞ୍ଚିବାକୁ ହେଲେ
ଲୋଡ଼ା ହୁଏ ଏକ ଛୋଟ ଦୁନିଆ ,
କ୍ଷୀଣ ହୁଏ ଯେବେ ସମ୍ପର୍କର ଡୋରି
ନିଜ ଘରେ ହୁଏ ନିଜେ କୁଣିଆ ।୪।