STORYMIRROR

subrat kumar jena

Abstract

4  

subrat kumar jena

Abstract

ସବର୍ଣ୍ଣଙ୍କ ଦୁଃଖ

ସବର୍ଣ୍ଣଙ୍କ ଦୁଃଖ

1 min
411


ଜଣା ନାହିଁ ମତେ କିଏ ସେ ଗଢ଼ିଛି

ଏ ସବର୍ଣ୍ଣ ଅସବର୍ଣ୍ଣ ଜାତି,

ତଥାପି ଏତିକି ବୁଝିତ ପାରୁଛି

ଏଥି ଲାଗି ଉଠେ କେତେ ତାତି ।


ସବର୍ଣ୍ଣ ଘରରେ ଜନମ ପାଇଁକି

ଏତେ ଏତେ ସରକାରୀ ଅତ୍ୟାଚାର,

ସିଜୁ ବାଡ ଏଠି ଚାଇନା କାନ୍ଥ

ବାଉଁଶ କଣିରେ ଚାଲେ ଶିକ୍ଷା ସଂସ୍କାର ।


ନାମକୁ ମାତର ଜାତି ଉଚ୍ଚା ହେଲେ

କରମ କି କେବେ ଉଚ୍ଚା ହୁଏ,

ଜାତି ନନ୍ଦିଘୋଷ ଟାଣିବେକି ଭାଇ

ଯଦି ଘୋଡା ମୁହେଁ ଦାନା ବନ୍ଧା ଥାଏ ।


ଜାତିକୁ ନେଇ ଗରବ କରି କିଏ

କେବେ ରାଜା କାହିଁ ହେଉ ନାହିଁ,

ଚୁଲି ଜାଳ ପଛେ ବାଆକୁ ଯାଉ

ଫୁଟାଣିଆ ପରି ଆମ ଫୁଟାଣି ଛାଡିବା ନାହିଁ ।


ଆହେ ମହାନ ଆତ୍ମା ମହାତ୍ମାଗାନ୍ଧୀ,ଆମ୍ବେଦକର

ଏମିତି କାହିଁକି ତୁମେ ମିଶିକି କଲ,

ଜାଣି ଜାଣି କଣ ତୁମେ ଖୁସିରେ ଏମିତି

ସବର୍ଣ୍ଣଙ୍କ ଲାଗି ଗାତଟିଏ ଖୋଳି ଦେଲ ।


ଆଉ କିବା ଅଛି ସେଇ ପୁରୁଣା ରୀତି

ଯାହାକୁ କରୁଥିଲ ତୁମେ ଅସ୍ତ୍ର,

ସେଇ ଅସ୍ତ୍ର ଆଜି ନିରର୍ଥକ ସାଜି

ହୋଇଛି ସବର୍ଣ୍ଣଙ୍କ ଲାଗି ମାରଣାସ୍ତ୍ର ।


କୋଟା ରାଜନୀତି ଚାଲିବ କେଯାଏଁ

କିଏବା ଦେବ ଏ ପ୍ରଶ୍ନର ଉତ୍ତର,

ସବର୍ଣ୍ଣ ପିଲାଏ ଭଲ ଫଳ କରି

ବିନା କୋଟାରେ ରୁହନ୍ତି ବେକାର ।


ଧନ୍ୟ ଆହେ ସରକାର 

ତୁମ ଶହେ ଖୁରାକୁ କୋଟି ନମସ୍କାର,

କେତେ ଆଉ କିଭଳି କଲେ ତୁମ ତିରସ୍କାର

ଉଠାଇ ଦେବହେ ଏ ଜାତି କୋଟାଵାଲା ପ୍ୟାର।


ଭଲ କରି ପଦେ ଓଡ଼ିଆ ନପଢି,ନଲେଖି

ଅନେକ ହେଉଛନ୍ତି ଏଠିକ ଶିକ୍ଷକ,

ସିଏ ସବୁଯାହା ଶିକ୍ଷାଦାନତ କରିବେ

ସତେ ଅବା ଶାଗୁଣା ହେଉଛନ୍ତି ଚିକିତ୍ସକ ।


କୋଟାରେ କୋଟାରେ ସରକାରୀ ଚାକିରୀ ମିଳେ

ବିଚରା ବିନା କୋଟାବାଲାଟି ଦିନ ଦିପ୍ରହରେ ନାମ ନିଏ,

ନିଜ ସ୍ୱାଭିମାନକୁ ଅଣ୍ଟା ଝୁଲାରେ ପୁରାଇ

ହାତ ପାତି ପାତି ସରମରେ ସରି ମରି ଯାଏ ।


ଯୁଗ ପରା ଆଜି କୋଉଠୁ ଯାଇକି

କୋଉଠିକି ଆସି ପହଂଚିଗଲାଣି,

ତଥାପି ଫାଇଭ ଜି ଯୁଗରେ ତୁମର ସେ

ଟୁ ଜି କିଳା ସବର୍ଣ୍ଣଙ୍କ ଲାଗି ବ୍ରହ୍ମକିଳା ସାଜିଲାଣି ।


ଭଲ ହେବ ଏବେ ସବୁ କୋଟାରେ ଦେଉଛ

କୋଟାରେ କାଇଁ ଦେଇ ଦେଉନ ଛୁଆ,

ବିଚରା ବିଚାରି ଆଉ ଦୁଃଖ ପାଇବେନି

ମନଟା ଗାଇବ ହାଉଲେ ହାଉଲେ ହୁଆ ହୁଆ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract