ସବର୍ଣ୍ଣଙ୍କ ଦୁଃଖ
ସବର୍ଣ୍ଣଙ୍କ ଦୁଃଖ
ଜଣା ନାହିଁ ମତେ କିଏ ସେ ଗଢ଼ିଛି
ଏ ସବର୍ଣ୍ଣ ଅସବର୍ଣ୍ଣ ଜାତି,
ତଥାପି ଏତିକି ବୁଝିତ ପାରୁଛି
ଏଥି ଲାଗି ଉଠେ କେତେ ତାତି ।
ସବର୍ଣ୍ଣ ଘରରେ ଜନମ ପାଇଁକି
ଏତେ ଏତେ ସରକାରୀ ଅତ୍ୟାଚାର,
ସିଜୁ ବାଡ ଏଠି ଚାଇନା କାନ୍ଥ
ବାଉଁଶ କଣିରେ ଚାଲେ ଶିକ୍ଷା ସଂସ୍କାର ।
ନାମକୁ ମାତର ଜାତି ଉଚ୍ଚା ହେଲେ
କରମ କି କେବେ ଉଚ୍ଚା ହୁଏ,
ଜାତି ନନ୍ଦିଘୋଷ ଟାଣିବେକି ଭାଇ
ଯଦି ଘୋଡା ମୁହେଁ ଦାନା ବନ୍ଧା ଥାଏ ।
ଜାତିକୁ ନେଇ ଗରବ କରି କିଏ
କେବେ ରାଜା କାହିଁ ହେଉ ନାହିଁ,
ଚୁଲି ଜାଳ ପଛେ ବାଆକୁ ଯାଉ
ଫୁଟାଣିଆ ପରି ଆମ ଫୁଟାଣି ଛାଡିବା ନାହିଁ ।
ଆହେ ମହାନ ଆତ୍ମା ମହାତ୍ମାଗାନ୍ଧୀ,ଆମ୍ବେଦକର
ଏମିତି କାହିଁକି ତୁମେ ମିଶିକି କଲ,
ଜାଣି ଜାଣି କଣ ତୁମେ ଖୁସିରେ ଏମିତି
ସବର୍ଣ୍ଣଙ୍କ ଲାଗି ଗାତଟିଏ ଖୋଳି ଦେଲ ।
ଆଉ କିବା ଅଛି ସେଇ ପୁରୁଣା ରୀତି
ଯାହାକୁ କରୁଥିଲ ତୁମେ ଅସ୍ତ୍ର,
ସେଇ ଅସ୍ତ୍ର ଆଜି ନିରର୍ଥକ ସାଜି
ହୋଇଛି ସବର୍ଣ୍ଣଙ୍କ ଲାଗି ମାରଣାସ୍ତ୍ର ।
କୋଟା ରାଜନୀତି ଚାଲିବ କେଯାଏଁ
କିଏବା ଦେବ ଏ ପ୍ରଶ୍ନର ଉତ୍ତର,
ସବର୍ଣ୍ଣ ପିଲାଏ ଭଲ ଫଳ କରି
ବିନା କୋଟାରେ ରୁହନ୍ତି ବେକାର ।
ଧନ୍ୟ ଆହେ ସରକାର
ତୁମ ଶହେ ଖୁରାକୁ କୋଟି ନମସ୍କାର,
କେତେ ଆଉ କିଭଳି କଲେ ତୁମ ତିରସ୍କାର
ଉଠାଇ ଦେବହେ ଏ ଜାତି କୋଟାଵାଲା ପ୍ୟାର।
ଭଲ କରି ପଦେ ଓଡ଼ିଆ ନପଢି,ନଲେଖି
ଅନେକ ହେଉଛନ୍ତି ଏଠିକ ଶିକ୍ଷକ,
ସିଏ ସବୁଯାହା ଶିକ୍ଷାଦାନତ କରିବେ
ସତେ ଅବା ଶାଗୁଣା ହେଉଛନ୍ତି ଚିକିତ୍ସକ ।
କୋଟାରେ କୋଟାରେ ସରକାରୀ ଚାକିରୀ ମିଳେ
ବିଚରା ବିନା କୋଟାବାଲାଟି ଦିନ ଦିପ୍ରହରେ ନାମ ନିଏ,
ନିଜ ସ୍ୱାଭିମାନକୁ ଅଣ୍ଟା ଝୁଲାରେ ପୁରାଇ
ହାତ ପାତି ପାତି ସରମରେ ସରି ମରି ଯାଏ ।
ଯୁଗ ପରା ଆଜି କୋଉଠୁ ଯାଇକି
କୋଉଠିକି ଆସି ପହଂଚିଗଲାଣି,
ତଥାପି ଫାଇଭ ଜି ଯୁଗରେ ତୁମର ସେ
ଟୁ ଜି କିଳା ସବର୍ଣ୍ଣଙ୍କ ଲାଗି ବ୍ରହ୍ମକିଳା ସାଜିଲାଣି ।
ଭଲ ହେବ ଏବେ ସବୁ କୋଟାରେ ଦେଉଛ
କୋଟାରେ କାଇଁ ଦେଇ ଦେଉନ ଛୁଆ,
ବିଚରା ବିଚାରି ଆଉ ଦୁଃଖ ପାଇବେନି
ମନଟା ଗାଇବ ହାଉଲେ ହାଉଲେ ହୁଆ ହୁଆ ।।
