STORYMIRROR

S Nayak 😊

Abstract

4  

S Nayak 😊

Abstract

ସମୟର ବେଗେ

ସମୟର ବେଗେ

1 min
500


ସମୟ ର ବେଗେ ଦିନେ ମାଟିରେ ମିଶିବବା

ଜନମ ହୋଇଛେ ନିଶ୍ଚେ ମୃତ୍ଯୁ ଆବୋରିବା ।


କାହା ପାଇଁ ମନେ କ୍ରୋଧ କାହିଁକି ଆଣିବା

ଇର୍ଷା ଗର୍ବ ହିଂସା ଭାବ ମନୁ ଦୁରୁଁ ଦେବା

ଭଲ ପାଇବା ର ଚାରା ସମସ୍ତେ ବୁଣିବା

ଦିନ ଦୁଃଖୀ ଜନ ଙ୍କୁ ସହାୟ ହୋଇବା

କରୁଣା ର ଭାବ ମନେ ଜାଗ୍ରତ କରିବା

ସମୟ ର ବେଗେ ଦିନେ ମାଟିରେ ମିଶିବା

ଜନମ ହୋଇଛେ ନିଶ୍ଚେ ମୃତ୍ଯୁ ଆବୋରିବା॥


ମନେ କ୍ଷମା ଭାବ ନିଶ୍ଚେ ଆବୃତ ରଖିବା

ଯେଝା କର୍ମେ ଯେଝା ସର୍ବେ ନିବୃତ୍ତ ରହିବା

କର୍ମ ହିଁ ଇଶ୍ୱର ସୂତ୍ରେ କର୍ମ କରିଯିବା

ଫଳ ଆଶା ନରଖି କର୍ମେ ଯୋଗ ଦେବା

ଇଶ୍ୱର ଙ୍କ ଉପେ ସଦା ଭରଷା ରଖିବା

ସମୟ ର ବେଗେ ଦିନେ ମାଟିରେ ମିଶିବା

ଜନମ ହୋଇଛେ ନିଶ୍ଚେ ମୃତ୍ଯୁ ଆବୋରିବା॥


ମନୁଷ୍ୟ ଜନମ ତେବେ ସାର୍ଥକ ହୋଇବ

ଯେବେ କାର୍ଯ୍ୟ ସବୁ ଅନ୍ୟ ହିତରେ ସାଧିବ

ସ୍ୱାର୍ଥ ହିଂସା ଇର୍ଷା ଗର୍ବ ମନୁ ତ୍ୟାଗୀଦେବ

ତେବେ ମନୁଷ୍ୟ ଜନ୍ମ ର ମହତ୍ତ୍ୱ ରଖିବ

ମୃତ୍ୟୁ ପରେ ମଧ୍ୟ ଯୁଗେ ଅମର ରହିବ

ସମୟ ର ବେଗେ ଦିନେ ମାଟିରେ ମିଶିବା

ଜନମ ହୋଇଛେ ନିଶ୍ଚେ ମୃତ୍ଯୁ ଆବୋରିବା॥


Rate this content
Log in

Similar oriya poem from Abstract