STORYMIRROR

Lata Behera

Abstract

4  

Lata Behera

Abstract

*ଶୀର୍ଷକ:-*🌹 *ଝିପି ଝିପି ବରଷା

*ଶୀର୍ଷକ:-*🌹 *ଝିପି ଝିପି ବରଷା

1 min
7


ଝିପି ଝିପି ବର୍ଷା ପାଗ

         ବିଗାଡିଣ ଦିଏ

ସବୁ ହସ ଖୁସି ଆସି

      ଧୋଇ ସିଏ ନିଏ ।


ସୁନା ଫସଲେ ସୁନ୍ଦର 

    କ୍ଷେତ ଦେଖା ଯାଏ

ପବନରେ ଦୋହଲି ସେ

      ମନ ମୋହୁ ଥାଏ ।


ଅଦିନ ବରଷା ପାଗ

       ମାଡି ଆସି ସିଏ

ସୁନାର ଫସଲ ସବୁ

        ଉଜାଡିଣ ଦିଏ ।


କୃଷକ ଭାଇର ମନେ

       ଦୁଃଖ ଭରି ଦିଏ

ଓଠେ ହସ ବଦଳରେ

        ଲୁହ ଝରି ଯାଏ ।


ଝିପି ଝିପି ବର୍ଷା ପାଗ 

        ଝୁସି ନେଇଯାଏ

ପର୍ବ ପର୍ବାଣୀ ଉତ୍ସବ

         ବିଗାଡି ସେ ଦିଏ ।


ଯାନି ଯାତରା ତା ପାଇଁ 

        ଫିକା ପଡି ଯାଏ

ହସ ଖୁସି ଲୁଟି ନେଇ

        ଦୁଃଖ ଭରେ ସିଏ ।


ଚାଷୀ ଭାଇ ଫସଲକୁ

          ଉଜାଡିଣ ଦିଏ

ତାହା ପାଇଁ କେତେ କ୍ଷତି

          ଚାଷୀ ସହୁ ଥାଏ ।


ଝିପି ଝିପି ଏ ବରଷା 

       କାଦୁ କରି ଦିଏ

ସବୁ ଆଶା ଖୁସିକୁ ସେ

       ଛଡେଇଣ ନିଏ ।


ଝରୁ ଥିବା ମନେ ଖୁସି 

       ଆପେ ମରି ଯାଏ

ଝିପି ଝିପି ବର୍ଷା ପାଗ

       ବିଗାଡେ ତ ସିଏ ।   



Rate this content
Log in

Similar oriya poem from Abstract