Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Abstract

4  

Geetanjali Prusty

Abstract

ମହା ଶିବରାତ୍ରି

ମହା ଶିବରାତ୍ରି

1 min
417


ଜାଳୁଛି ଜାଗର ତୁମ ପାଇଁ ପ୍ରଭୁ

ରହି ରାତ୍ରୀ ଉଜାଗର

ଜ୍ଞାନ ଆଲୋକ ରେ ହେଉ ଉଦ୍ଭାସିତ

ଏଇ ପ୍ରାଣପକ୍ଷୀ ମୋର l


ମନ ମନ୍ଦିରରେ ଆସ ଦେବଦେବ

କେବଳ ତୁମେ ହିଁ ତୁମେ

ମହାଶିବରାତ୍ରି ତୁମେହିଁ ଅତିଥି

ବେଳ ଯାଉ ତୁମ ନାମେ l


ହେ ଶିବଶଙ୍କର ଆହେ ଭୋଳାନାଥ

ଭୋଳାବାବା ହଂସନାଥ

ଏ ମାଟିର ପ୍ରାଣ ସୁଧା ଧାରା ସମ

ଝରେ ତୁମ ଆଶୀର୍ବାଦ l


ପୁଣ୍ୟ କାଠଯୋଡ଼ି ତୀରେ ବିରାଜିତ

ତୁମର ସେ ଭବ୍ୟ ଧାମ

ପରମହଂସ ର ଶକ୍ତିସ୍ଥଳ ତୁମ

ଖ୍ୟାତ ହଂସନାଥ ନାମ l


କୋଟିଏ ପ୍ରାଣର ଆରାଧ୍ୟଗୋ ତୁମେ

ଲକ୍ଷେ ହୃଦୟର ଆଶା

ମନ ଆଇନାରେ ପ୍ରତିବିମ୍ବ ତୁମେ

ସକଳ ପ୍ରାଣର ଭାଷା l


ଶୁଣି ଶୁଣାଉଛ ମଙ୍ଗଳ ବାରତା

ଶୁଭ 'ଓଁ'କାର ଧ୍ଵନି

ଖାଇ ଖୁଆଉଛ ଭକ୍ତ ଜନେ ଏଠି

ଅମୃତ ପ୍ରସାଦ ପୁଣି l


ଅନ୍ୟାୟ ପଥରେ ଅଗ୍ରଗତି ଯା'ର

ବାଧା ଦେଇଥାଅ ତାକୁ

ଅସତ୍ୟ ର ତୁମେ ଦୃଢ଼ ପ୍ରତିବାଦୀ

ନପଛାଅ ଦଣ୍ଡି ବାକୁ l


ପ୍ରଭୁ ପରଂବ୍ରହ୍ମ ଆହେ ତ୍ରିଲୋଚନ

ଦେବ ଦେବ ମହାଦେବ

ତଵ ଶ୍ରୀଚରଣେ ପଶିଲି ଶରଣ

ଦିବ୍ୟ ଦୃଷ୍ଟି ମୋତେ ଦେବ l


Rate this content
Log in

Similar oriya poem from Abstract