STORYMIRROR

Bijoy Jena

Abstract Inspirational Others

4  

Bijoy Jena

Abstract Inspirational Others

କିଛି ମାଗିବିନି

କିଛି ମାଗିବିନି

1 min
408


ରାତିକୁ ମାଗିଲି    ରାତିଏ ସପନ

      ରହିଗଲା ନିରୁତ୍ତର

ଭାବିଲି ଦିବସ    ପୁରାଇବ ଆଶ

   ସେତ କରିଦେଲା ପର ।

ସାଗର କୂଳରେ   ଅସ୍ତଗାମୀ ସୂର୍ଯ୍ୟ

    ସୌନ୍ଦର୍ଯ୍ୟର ଏକ ପୁଟ 

ମାଗିଲା ବେଳକୁ  ଦୂରଦିଗବଳୟେ

     କାହିଁ ପାଇଲିନି ଭେଟ।

ବେଳାଭୂମିବାଲି    ସାଉଁଟି ସାଉଁଟି

    ଶେଷେ ସେଇ ଖାଲି ବାଲି

ଋତୁଚାଲିଯାଏ  ଋତୁରବାଟରେ

     ଭିନ୍ନ ରଙ୍ଗ ଭିନ୍ନ ଚାଲି।

ଗଙ୍ଗଶିଉଳିର     ଫୁଲର ମହକ

     ସକାଳେ ଯାଏ ମଉଳି

ବାଲ୍ୟରୁ କିଶୋର ଯୌବନ ପୌଢରୁ

     ଜୀଵନ ପଡେ ଝାଉଁଳି।

ପାଷାଣ ମୂର୍ତ୍ତିକୁ  ସୌନ୍ଦର୍ଯ୍ୟ ମାଗିଲି

     ହସିଲା କ୍ଷଣିକ ପାଇଁ

ଯେଉଁ ସ୍ରଷ୍ଟା ଆହା  ଗଢ଼ିଛି ତାହାକୁ

     ବିଧାତା ଆଶିଷ ନେଇ।

ମନ କଳ୍ପବଟ    ସବୁତ ଦେଇଛି

      ଧନଜନ ଯଉବନ

ସପନ ରାଇଜ   ରାଜକୁମାରୀର

     ଆଖିଏ ଅୟୁତ ସ୍ବପ୍ନ।

ଗୋଟିଏ କଥାରେ  ମନ ଭଳି ଗଲା

     କାମନା କର ବିନାଶ

ବିନାଶି ପାରିଲେ   ନିସ୍ତାର ପାଇବୁ

     ଭଜ ଭଜ ଜଗଦୀଶ।

ଶେଷରେ ବୁଝିଲି  ପରିଣତ କାଳେ

    ସବୁ ମିଥ୍ୟା ଏକା ସତ୍ୟ

ସେଇ ଜଗନ୍ନାଥ   ନୀଳକନ୍ଦରିଆ

    ଅଳିକ ସଂସାରେ ନିତ୍ୟ।

ଯୋଡ ହସ୍ତ ହୋଇ ଆକାଶକୁ ଚାହିଁ

    କହିଲି ହେ ନାଥ ଏବେ

କିଛି ମାଗିବିନି     ତୁମରି ସାନ୍ନିଧ୍ୟ

    ଥିବା ଯାଏ ମୁହିଁ ଭବେ।

  

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract