ଯାତ୍ରା ମହାଯାତ୍ରା
ଯାତ୍ରା ମହାଯାତ୍ରା


ଯାତ୍ରା ଗୋ ତୁମେ ଯାତ୍ରୀ ପାଇଁକି
ହୋଇଥାଅ ସୁଖକର
କେବେ କେବେ ପୁଣି ସାଜିଥାଅ ତୁମେ
ଦୁଃଖର ପାରାବାର |
ଝିଅ ବିଭାପରେ ଶାଶୁଘର ଯାତ୍ରା
ସବୁଠାରୁ ଦୁଃଖକର
ଛାଡ଼ି ଭିଟା ମାଟି ଦାଦନ ରେ ଖଟି
ବିଦେଶ ଯିବାକୁ ଡର |
ପାପ ଛଡ଼ାଇବା ପାଇଁ ତୀର୍ଥ ଯାତ୍ରା
ହୋଇଥାଏ ପ୍ରୀତିପ୍ରଦ
ନୂଆନୂଆ ସ୍ଥାନ କଲେ ପର୍ଯ୍ୟଟନ
ଅଭିଜ୍ଞତା ଅନବଦ୍ୟ |
ପ୍ରିୟ ପରିଜନ ସଙ୍ଗରେ ଭ୍ରମଣ
ସବୁଠୁଁ ଆନନ୍ଦମୟ
ରେଳଯାତ୍ରା ଠାରୁ ବିମାନ ଯାତ୍ରାଟି
ଅତ୍ୟଧିକ ସୁଖମୟ |
ଆମଗ
ାଁ ସୁମନ ଭାରତ ଭ୍ରମଣ
ପାଇଁ ତୀର୍ଥଟ୍ରେନ ଧରି
ଯାଉ ସାଥୀମେଳେ ସିଲଗୁଡ଼ି ଠାରେ
ବାତ ମାରୁ ଗଲା ମରି |
ସବୁ ଯାତ୍ରା ଯହିଁ ଶେଷ ହୋଇଗଲା
ମହାଯାତ୍ରା ତାକୁ କହି
ସକଳ ଜୀବନେ ଏହି ମହାଯାତ୍ରା
ଥରେ ମାତ୍ର ଆସିଥାଇ |
ଏହି ଯାତ୍ରାର ତ ଗୋଟିଏ ଠିକଣା
ସେ ଅଟେ ମଶାଣି ଭୂଇଁ
ଏହି ଶେଷ ତୀର୍ଥ କର ପ୍ରଣିପାତ
ଏଇଠି ଜଳିବ ଜୁଇ |
ଗାଡ଼ି ଘୋଡ଼ା କିଛି ଲୋଡ଼ା ହେବ ନାହିଁ
ଛଅ ଖଣ୍ଡି କାଠ ଲୋଡ଼ା
ମଣିଷ ବାହିତ କୋକେଇରେ ଆସି
ଏଇଠି ହୋଇବ ପୋଡ଼ା |