Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Kantha

Abstract

3  

Sunanda Kantha

Abstract

ମହାପ୍ରଭୁ ଙ୍କ ପାଇଁ ହୃଦୟରୁ କିଛି

ମହାପ୍ରଭୁ ଙ୍କ ପାଇଁ ହୃଦୟରୁ କିଛି

1 min
172



ହେ କଳା ଠାକୁର  କାଳୀୟ ଗଞ୍ଜନ

     ଶୁଣ ମୋ ଗୁହାରି ଥରେ l


ମାନସିକ ଆଉ  ଶାରୀରିକ ଦୁଃଖ 

    ବ୍ୟାପେ ମୋ ଚାରି ପାର୍ଶ୍ଵରେ l


କାହା ଆଗରେ ମୁଁ  କହିତ ପାରେନା 

     ମୋ ମନ ଅନ୍ତର କଥା l


ତୁମ ବିନା ଆଉ  କିଏ ବା ବୁଝିବ 

    ଦୁଃଖ ଓ ଯନ୍ତ୍ରଣା ବ୍ୟଥା l


ଯେବେଠାରୁ ମୋର  ହେତୁ ପାଇଅଛି

   ମୁଁ ଯେ ସମର୍ପିତ ତୁମ ପାଦେ l


ଜୀବନ ଯନ୍ତ୍ରଣା  ପାରୁନାହିଁ ସହି 

     ଅନ୍ତରରୁ ମୁଁ ଯେ କାନ୍ଦେ l


ସବୁ କଥା ଆଜି  କହିଦେବି ପ୍ରଭୁ

      ଶାନ୍ତ ହୋଇଯିବ ମନ l


ଜଗତ କଲ୍ୟାଣେ  ମୋ ଜୀବନ ଯାଉ

     କରେ ତୁମ ପାଶେ ନିବେଦନ l


ଶାରୀରିକ କଷ୍ଟ  ଦେଲ ପ୍ରଭୁ ମୋତେ 

    ପାଖକୁ ପାରୁନି ଯାଇ l


ହୃଦୟରେ ମୋର  ରହିଅଛ ତୁମେ

     ନିତି ଦର୍ଶନ କରଇ l


ଭାବିଥିଲି ଯିବି  ରଥ ଯାତରାକୁ

    କରିବି ତବ ଦର୍ଶନ l


ଶରୀର ଦୁଃଖରେ ପଡ଼ି ରହିଅଛି

   ଭାବେ ତୁମ କଥା ରାତିଦିନ l


ଆରୋଗ୍ୟ ମୋତେ  କର ମହାପ୍ରଭୁ 

     ଆକୁଳ ପ୍ରାର୍ଥନା କରେl


ତୁମେ ମୋ ନିଃଶ୍ୱାସ  ତୁମେ ମୋ ବିଶ୍ୱାସ

     ଅନ୍ତର ତୁମକୁ ଝୁରେ l


ଜଗତର ନାଥ  ଆହେ ଲକ୍ଷ୍ମୀକାନ୍ତ

     ବୁଝ ଟିକେ ମୋର ଦୁଃଖ l


ଭାବ ବିନୋଦିଆ  ଭାବର ଠାକୁର

 ତୁମ ପାଦ ତଳେ ମୋତେ ରଖ l

    




Rate this content
Log in

Similar oriya poem from Abstract