ସୁନା ଭଉଣୀର ସୁନେଲି ରାକ୍ଷୀ
ସୁନା ଭଉଣୀର ସୁନେଲି ରାକ୍ଷୀ
ସାଜିଛି ନୂଆ ଭାରତ ଅମୃତ କାଳ ଏହୁତ
ବାନ୍ଧିବ ସୁନେଲି ରାକ୍ଷୀ ସୁନା ଭଉଣୀ
ଖୁସି ଯହୁଁ ଅପ୍ରମିତ ପବିତ୍ର ଡୋରେ ଜଡ଼ିତ
ସୁରକ୍ଷା କରିବି ଦେବି ଅଭୟବାଣୀ ।
ଭାବର ପୂର୍ଣ୍ଣିମା ଏହୁରେ,
ଏହୁ ବନ୍ଧନ ପବିତ୍ର ଅମ୍ଳାନ ସାକ୍ଷୀରେ !!
ଅଟେ ଏ ବର୍ଷର ରାକ୍ଷୀ ଅମୃତ ଏ କାଳ ସାକ୍ଷୀ
ଭଉଣୀ ହୋଇଛି ମୋର ଆତ୍ମନିର୍ଭର
ହୋଇଛି ପରା ଡକ୍ଟର ସେବା କରିବ ରୋଗୀର
ଗର୍ବିତ ଆଜି ମୁଁ କେତେ କର୍ମରେ ତାର।
ପୂର୍ଣ୍ଣିମା ରାକ୍ଷୀ ବନ୍ଧନର
ବାନ୍ଧିବ ଭଉଣୀ ହାତେ ସେ ଡୋରି ମୋର !!
ପବିତ୍ର ପର୍ବ ପ୍ରୀତିର ପ୍ରେମ ପରା ବନ୍ଧନର
ସଂସ୍କୃତି ସଂସ୍କାର ସନାତନ ଧର୍ମର
ଚାଲି ଆସୁ ଅଛି ଶୀଘ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମାର
ଡୋର ଏହୁ ପରା ପବିତ୍ର ବନ୍ଧନର।
ଭଉଣୀ କରେ ଟି କାମନା
ସୁଖୀ ସମ୍ପନ୍ନ ରୁହନ୍ତୁ ତାର ଭାଇନା !
ବାନ୍ଧି ଦେବ ଏକ ଡୋର ଭଉଣୀ ଭାଇ ହସ୍ତର
ଭକ୍ତି ପ୍ରୀତି ଦୀର୍ଘାୟୁ କାମନା କରିଣ
ବନ୍ଦାପନା ଓ ପୂଜନ ପ୍ରଣିପାତ କୁ କରିଣ
ଜଗା ଠାକୁରେ ଭଉଣୀ କରେ ପ୍ରଣାମ
ଭାଇକୁ ମୋର ସୁଖ ମିଳୁ
କୀର୍ତ୍ତି ଓ ସମ୍ମାନ ତାଙ୍କ ଜୀବନେ ବଳୁ !!
ଏହୁ ଡୋର ବାନ୍ଧି ଥିଲେ ଦ୍ରୌପଦୀ ପରା କୃଷ୍ଣଙ୍କୁ
ସେନାଙ୍କୁ ବାନ୍ଧି ଥିଲେ ରାକ୍ଷୀ ଯୁଧିଷ୍ଠିର
ଯୁଗ ଯୁଗ ଧରି ପରା ପାଳିତ ପର୍ବ ରାଷ୍ଟ୍ରର
ପବିତ୍ର ବନ୍ଧନର ପର୍ବ ଭାଇ ଭଉଣୀର
ଆସୁଛି ଟି ରକ୍ଷା ବନ୍ଧନ
ଭକ୍ତି ପ୍ରେମ ଓ ଶ୍ରଦ୍ଧା ପବିତ୍ର ଗୁଞ୍ଜନ !!