ରାଷ୍ଟ୍ରୀୟ ଧ୍ଵଜା
ରାଷ୍ଟ୍ରୀୟ ଧ୍ଵଜା
ସେ ଆମ ଦେଶର ମାନ ସ୍ଵାଭିମାନ
ସେ ଆମ ମର୍ଯ୍ୟାଦା
ରାଷ୍ଟ୍ରୀୟ ଧ୍ଵଜା ସେ ଆମ ରାଷ୍ଟ୍ରୀୟ ଧ୍ଵଜା ।
ତିନି ରଙ୍ଗେ ସେ ହୋଇଛି ସଜା
ସବୁଜ ନାରଙ୍ଗୀ ଧବଳ ରଙ୍ଗେ ସେ ସଜା
ଆମ ସମ୍ବିଧାନ ଆମ ସ୍ଵାଧୀନତା ର ଚିହ୍ନ
ବିଦେଶୀ ହାତରୁ ଆମେ ହେଲୁ ସ୍ଵାଧୀନ
ଆମ ଜାତିର ମାନ ଆମ ଜାତୀୟତାର ଚିହ୍ନ
ସବୁ ଏକାକାର ଏଠି ଜାତି ଧର୍ମ ବର୍ଣ୍ଣ
ସେ ପତାକା ତଳେ ଆମେ ସବୁ ସମାନ ।
ଶାନ୍ତି ମୈତ୍ରୀ ଏକତା ସମୃଦ୍ଧି ରେ
ପରିପୂର୍ଣ୍ଣ ଆମ ଏ ଧ୍ଵଜା
କେ ନୁହେଁ ଏଠି ରଜା କେ ନୁହେଁ ପ୍ରଜା
ଲୋକ ଙ୍କର ଲୋକ ଙ୍କ ପାଇଁ ଲୋକଙ୍କ ଦ୍ଵାରା
ଶାସନ ବ୍ୟବସ୍ଥା ର କଥା କୁହେ ଆମ ଏ ଧ୍ଵଜା
ଧନୀ ଗରିବ ମଧ୍ୟେ ନ ରଖେ ପ୍ରଭେଦ
ଜାତି ଧର୍ମ ରେ ନ ରଖେ ସେ ଭେଦ
ସଭିଙ୍କ ପାଇଁ ସମାନ ଅଧିକାର
ସଭିଙ୍କ ପାଇଁ ଏକ ହିଁ ବିଚାର
ଫର ଫର ଉଡେ ଆମ ତ୍ରିରଙ୍ଗା ଧ୍ଵଜା
କହେ ସଭିଏଁ ଆମେ ଏକ
ଆମ ମାତୃଭୂମି ଭାରତ
ରଖିବା ନ୍ୟାୟ ରଖିବା ସତ୍ୟ
ଅଶୋକ ଚକ୍ର ମଝିରେ ରହି
କୁହେ ଆମକୁ ଆମ ସାହସିକତା ଓ ବୀରତ୍ଵ
ସତ୍ୟମେବ ଜୟତେ ଆମ ପ୍ରତୀକ
ଆମେ ଭାରତୀୟ ଆମେରେ ଏକ
ନାହିଁ ଆମ ମଧ୍ୟେ ଉଚ୍ଚ ନୀଚ୍ଚତା
ରାଷ୍ଟ୍ରୀୟ ଧ୍ଵଜା ଫର ଫର ଉଡି
ଅହରହ ଦିଏ ଆମକୁ ଏ ବାର୍ତ୍ତା ।