Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

3  

Chittaranjan Nanda

Abstract Inspirational Others

ବିଶ୍ବ ମାନବିକତା ଦିବସ

ବିଶ୍ବ ମାନବିକତା ଦିବସ

1 min
240



ଜହ୍ଲାଦର ଆତଙ୍କରେ ଉଠୁଛି ପଡ଼ୁଛି 

ଦେଶ ଓ ବିଶ୍ୱ,

ହଜି ଯାଉଛି ମଣିଷ ଓ ମଣିଷ ଭିତରେ 

ସେ ବିଶ୍ୱାସ |୧|


ଏଠି ସୃଷ୍ଟି ହୁଏ ସବୁ ବିଭେଦ ଜାତି 

ଧରମ ନାମରେ 

କ୍ଷୁଣ ହେଉଛି ସୃଜନିକାର ଶକ୍ତି ଓ 

ବିଚାରବୋଧରେ |୨|


ଆଗେଇ ଚାଲିଛି ମଣିଷ ଜାତି ନିଜର 

ଧ୍ବଂସ ପଥରେ 

ସପନ ହଜି ଯାଉଛି ରହିବା କେମିତି 

ଟିକିଏ ଶାନ୍ତିରେ |୩|


ନିର୍ବାଣର ଞାନ ପ୍ରାପ୍ତି ପାଇଁ ସିଦ୍ଧାର୍ଥ 

ତ ବୁଦ୍ଧ ହେଲେ

"କାମନା ବିନାଶେ ଦୁଃଖ ର ବିନାଶ!"

 କଥା କହିଲେ |୪|


ଅଭାବ ଏକ ମନର ଆବେଗ‌, ଦିଏ 

ତାହା ଅସନ୍ତୋଷ‌,

ମନେ ସରଳ ଜୀବନ ଭାବନାରେ

 ରହେନା ଅବଶୋଷ |୫|


କାମନା, ଏହା ତ ଅତୃପ୍ତ, ରହି ଆସିଛି

 ଓ ରହିଥିବ

ଏ ଦୁରୂହ ପ୍ରଚେଷ୍ଟାରେ ମଣିଷ ଲାଗି 

ରହିଛି ଓ ରହିବ |୬|


ମଣିଷ ହିତରେ ମଣିଷ ନଲାଗି, ପଶୁ 

ପରି ଚାଲୁଛି,

ପଶୁ ଭାବାପନ୍ନ ମାନସରେ ବିଭେଦ 

ଉତ୍ପନ୍ନ ହେଉଛି |୭|


ନିଜ ସ୍ଵାର୍ଥେ ଲାଗିଛେ ସରବେ ଧନ,

ମାନ,ଖ୍ୟାତି ପାଇଁ,

ଇଛା ହୁଏ କାମିନୀ ଓ କାଞ୍ଚନକୁ 

ଆପଣେଇବା ପାଇଁ |୮|


ବିଚାରବୋଧର ଶକ୍ତି ଅଛି, ବୁଦ୍ଧି ଅଛି, 

ବିବେକ ବି ଅଛି

ସୃଷ୍ଟିରେ, ଏହା ହିଁ ମଣିଷର ମାନବିକତା 

ବୋଲାଉଛି |୯|


ମନେ ଆସିବା ଦରକାର, ଏହା ଥିଲେ 

ମଣିଷ ହୃଦୟରେ 

ଦୟା, ତ୍ୟାଗ, ପରୋପକାର ମହତ୍ 

ଗୁଣାବଳୀ ସବୁରେ |୧୦|


ମାନବିକତା ଗୁଣକୁ ଯଦି ଧରି ରଖିବାକୁ 

ଚେଷ୍ଟା କରିବା 

ନିଜକୁ ଶ୍ରେଷ୍ଠ ପ୍ରାଣୀ ରୂପେ ପ୍ରତିପାଦିତ 

କରି ତ ପାରିବା |୧୧|


ସରବେ ପାଳନ କରୁଛେ ବିଶ୍ବ ମାନବିକତା 

ଦିବସ ବିଶ୍ୱରେ 

ମାନବଧର୍ମୀ ସେବା କାର୍ଯ୍ୟରେ ଦିନକୁ ସ୍ମରଣ 

କରି ପାରିବାରେ |୧୨|


ଆମେ ସରବେ ସଚେତନ ହୋଇ 

ମାନବିକତାକୁ ବଜାୟ ରଖିବା 

କାର୍ଯ୍ୟକାରୀ କଲେ ଏହି ଦିନକୁ ଆମେ 

ପାଳନ କଲେ ବୋଲି ଭାବିବା |୧୩|



Rate this content
Log in

Similar oriya poem from Abstract