Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Abstract

3  

Prafulla Chandra Mishra

Abstract

ଭାଇ ପାଇଁ ରାକ୍ଷୀ

ଭାଇ ପାଇଁ ରାକ୍ଷୀ

1 min
125



ରାକ୍ଷୀ ସାକ୍ଷୀ ରହିଲା, ମୋ ସୁନା ଭାଇ

ଭଉଣୀ କୁ ଜୀବନେ ଭୁଲିବୁ ନାହିଁ

ମୋ ସୁନା ଭାଇ ।


ସୁନେଲି ରେଶମ ଡୋର ନୁହେଁ ୟେ ରାକ୍ଷୀ

ମମତା ବନ୍ଧନ ବନ୍ଧେ ରଖଇ ବାନ୍ଧି

ଭାଇ ଭଉଣୀ ବନ୍ଧନ ଅତୁଟ ସାକ୍ଷୀ

ତାର ତୁଳନା ନାହିଁ, ମୋ ସୁନା ଭାଇ ।


ରକ୍ଷା କବଚ ୟେ ତୋର ବାନ୍ଧିଲି ହାତେ

ଅଜାତ ଶତ୍ରୁ ହୋଇବୁ ଏହି ମରତେ

(ତୋ) ଅକ୍ଷୟ କିରତି ବାନା ଉଡୁ ଜଗତେ 

ହେବୁ ତୁତ ବିଜୟି, ମୋ ସୁନା ଭାଇ ।


ଅପଦେ ବିପଦେ ମୋରେ ଦେବୁରେ ରାହା

ଖରା ବରଷା ରେ ଛତା ଯେମିତି ସାହା

ଭାଇ ଭଉଣୀ ନିଗୁଢ ପବିତ୍ର ମାୟା

ମନ ନେଉଛି ମୋହି, ମୋ ସୁନା ଭାଇ ।


ସ୍ନେହ ମମତାର ସେତୁ ରଙ୍ଗିଣୀ ରାକ୍ଷୀ 

ହାତୀ ଢାଳୁ ଭାଇ ମୁଣ୍ଡେ ସୁନା କଳସୀ

ନିଆରା ସଂପର୍କ ର ୟେ ନିଛକ ଛବି

ୟେ ବିଶ୍ଵାସ ର ନଈ, ମୋ ସୁନା ଭାଇ ।


ଶାଶ୍ଵତ ପ୍ରେମର ଏ ପବିତ୍ର ବନ୍ଧନ

ଚିରନ୍ତନ ମିଠା ସ୍ମୃତି ପ୍ରିତି ଚନ୍ଦନ

ଅତୁଟ ବିଶ୍ଵାସ ସାକ୍ଷୀ ଜନ୍ମ ମରଣ 

ଆଜି ରାକ୍ଷୀ ପୂନେଇଁ, ମୋ ସୁନା ଭାଇ ।


ମହୁଠାରୁ ମିଠା ୟେ ସେନେହ ମମତା

ଦାୟିତ୍ଵ,କର୍ତ୍ତବ୍ୟ ର ୟେ ବନ୍ଧନ ଫିତା

ଭଉଣୀ ପାଇଁ ଭାଇର ପ୍ରତିବଧତା

ସ୍ନେହ ମମତା ଏଇ, ମୋ ସୁନା ଭାଇ ।


ଆଜି ବଳଭଦ୍ର ଜନ୍ମ ପବିତ୍ର ଲଗ୍ନ

ଘରେ ଘରେ ନନ୍ଦିନୀର ପୁଜା ବନ୍ଦନ

ତୋ ହାତେ ରକ୍ଷୀ ବାନ୍ଧିଲି ରଖିବୁ ମାନ

କଥା ଯିବରେ ରହି, ମୋ ସୁନା ଭାଇ ।


ତୋ ହାତରେ କିସୁନ୍ଦର ସୁନେଲି ରାକ୍ଷୀ

ମୋ ଭାଇ ମୋ ପାଇଁ ଇନ୍ଦ୍ର ସମ ଦିଶୁଛି

ତା ମଥାରେ ପ୍ରଭୁ ଫୁଲ ଦିଅ ବରଷି

ହସ ପସରା ଫେଇ, ମୋ ସୁନା ଭାଇ ।



Rate this content
Log in

Similar oriya poem from Abstract