Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

suvendu Meher

Abstract

3  

suvendu Meher

Abstract

ଏମିତି ବି ହୁଏ

ଏମିତି ବି ହୁଏ

1 min
128



ବର୍ଷାକୁ ନେଇ ଲେଖିବନି ବନ୍ଧୁ

କେବେ ବିରହ କବିତା

ଶ୍ରାବଣୀକୁ ନେଇ ଲେଖିବନି କେବେ

ଭିଜା ଭିଜା ମଧୁରତା

ସେତ ଘୁରାଇବ ତୁମ ମଥା

ବିରହିଣୀ କବି ତୁମକୁ କହିବେ

ଭୁଲିଯାଇ ବାଡ଼ବତା ।


ବୈଶାଖୀକୁ ନେଇ କବିତା ଲେଖିଲେ

ଝାଞ୍ଜି ଖରାର ତାତି 

ମଲ୍ଲୀ,କେତକୀ,ସନ୍ଧ୍ୟା ଆଉ ଶାନ୍ତି

ହିଂସା ରଖିବେ ଅତି

ସେତ ଫୁଲାଇ ତାଙ୍କର ଛାତି

ଦୁନିଆଁ ଆଗରେ ବୁଲି କି କହିବେ

ଏ ଲୋକଟା ଛତରା ଅତି ।


ଯା ମନ ଯେପରି ତା ପାଇଁ ସେପରି

ଗଢ଼ିଛି ସେହି ବିଧାତା 

ମିଛ ନିନ୍ଦା ଆଉ ଅପବାଦେ କେବେ

ଝରେ ନାହିଁ ବନ୍ଧୁ ମୁକ୍ତା

ଏବେ ରଖ ଟିକେ ସଂଯମତା

କବିତା ପଢିକି କବିତା କାନ୍ଦିଲେ

କବିର ଅଛି କି ଚିନ୍ତା ।


Rate this content
Log in

Similar oriya poem from Abstract