STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ପର୍ବପର୍ବାଣୀ

ପର୍ବପର୍ବାଣୀ

1 min
173


ପର୍ବପର୍ବାଣୀର ଅଟେଆମ ଦେଶ ଆସୁଥାଏ ମୃତ୍ୟୁ ଧାମେ,

ସେହୁ ପୌରାଣିକ ଅତୀତ କାଳରୁ

ପାଳିତ ଟି ଧରା ଧାମେ।


ଆଜି ଗୁରୁବାର କାର୍ତ୍ତିକ ମାସର ସୁଦଶା ବ୍ରତଟି ଯହିଁ,

ଲକ୍ଷ୍ମୀଙ୍କର ପୂଜା ହୁଏ ଗୃହେ ଗୃହେ

ଓଡ଼ିଆ ସଂସ୍କୃତି ଯହିଁ।


ସମୁଦ୍ର ମନ୍ଥନୁ ଜାତ ମହାଲକ୍ଷ୍ମୀ ବିଷ୍ଣୁଙ୍କର ପାଟରାଣୀ,

ବିଷ୍ଣୁଙ୍କ ଘରଣୀ ସେହୁ କମଳିନୀ

ସେହୁତ ଧନର ରାଣୀ।


ଲକ୍ଷ୍ମୀଙ୍କ ସୁଦୟ ରହୁ ନିରନ୍ତର ସୁଦଶା ବ୍ରତ ତାଙ୍କରି,

ଓଡ଼ିଆ ମହିଳା କରନ୍ତି ଟି ବ୍ରତ,

କରନ୍ତି ତାଙ୍କୁ ଗୁହାରି।


ଅପୂର୍ବ ମହିମା ରହିଛି ତାଙ୍କର ବ୍ରତର ମହତ୍ତ୍ଵ କେତେ,

ଦଶ ନାମ ଧରି ଗଣ୍ଠି ପଡେ ବ୍ରତେ

ଭକ୍ତି ଶ୍ରଦ୍ଧା ରଖି ଚିତେ।


ପ୍ରଥମ ଗଣ୍ଠି ଟି ଲକ୍ଷ୍ମୀ ଠାକୁରାଣୀ ଦ୍ବିତୀୟ ଟି କମଳିନୀ,

ତୃତୀୟ ଗଣ୍ଠିର ନାମ ହରିପ୍ରୀୟା

ସେହୁତ ଦୁଃଖ ଭଞ୍ଜନୀ।


ଚତୁର୍ଥ ଗଣ୍ଠିର ନାମ ପଦ୍ମାଳୟା ପଞ୍ଚମ ନାମ କମଳା,

ଷଷ୍ଠ ଗଣ୍ଠି ନାମ ଅଟେଟି ଚଞ୍ଚଳା

ଦୁର୍ଗତୀ ନାଶିନୀ ମାଳା।


ବିଘ୍ନସେନୀ ଅଟେ ସପ୍ତମ ନାମଟି ସିନ୍ଧୁ ଦୁଲଣୀ ଅଷ୍ଟମେ

ଦୁର୍ଗତୀ ନାଶିନୀ ନବମ ଗଣ୍ଠିଟି

ବିଷ୍ଣୁ ଘରଣୀ ଦଶମେ।


ଦଶନାମ ଧରି ବ୍ରତେ ଗଣ୍ଠି ଦେଇ ଲକ୍ଷ୍ମୀ ଠାକୁରାଣୀ ପାସେ,

ସୂର୍ଯ୍ୟୈ ଅର୍ଘ୍ୟ ଦେଇ ଦଶମଣ୍ଡା ପୁଣି

ଅର୍ପଣ ଟି ଲକ୍ଷ୍ମୀ ପାସେ।


ଶଙ୍ଖ ହୁଳହୁଳି ଗୁଞ୍ଜନ ଗୃହରେ ଲକ୍ଷ୍ମୀଙ୍କ ପ୍ରେମ ପୂଜନେ,

ବ୍ରାହ୍ମଣୀ ଓ ନଳ ଦମୟନ୍ତୀ କଥା

ଶୁଣନ୍ତି ଲକ୍ଷ୍ମୀ ପୁରାଣେ।  


ସୁଦଶା ବ୍ରତର ମହତ୍ତ୍ଵ କେତେ ଯେ ଶୁଣୁ ଥାନ୍ତି କର୍ଣ୍ଣ ଡେରି,

ଲକ୍ଷ୍ମୀଦ୍ରହୀ ହୋଇ କଷ୍ଟଭୋଗି ଥିଲେ

ରାଜାରାଣୀ ହୋଇକରି।


ବ୍ରତର ମହତ୍ତ୍ଵ ବର୍ଣ୍ଣିତ ପୁରାଣେ ଶୁଣୁ ଥାନ୍ତି ସ୍ତ୍ରୀ ଜନ,

ବ୍ରତରେ ରହିଛି ଲକ୍ଷ୍ମୀଙ୍କ ମହିମା

ଗୁଞ୍ଜୁ ଥାଏ ଅନୁକ୍ଷଣ।


ହୁଏ ଲକ୍ଷ୍ମୀପୂର୍ଣ୍ଣ ଗୃହଟି ତାଙ୍କର ପରିପୂର୍ଣ୍ଣ ହୁଏ ସବୁ,

ଦୟା ଲକ୍ଷ୍ମୀଙ୍କର ଥାଏ ଅନୁକ୍ଷଣ

ସୁଦଶା ବ୍ରତରେ ସବୁ।





Rate this content
Log in

Similar oriya poem from Abstract