STORYMIRROR

ସନାତନ ଦାସ

Tragedy

3  

ସନାତନ ଦାସ

Tragedy

ତୁଠ ପଥର

ତୁଠ ପଥର

1 min
447

ଆଛା, ଜାଣିଛ ନା,

ତୁମ ଗାଁ ପୋଖରୀ ତୁଠରେ

ତୁଠ ପଥର ଟା କାନ୍ଦୁଛି...।।


କାନ୍ଦିବ ନାହିଁ କେମିତି ଯେ,

ତୁମେ ଚାଲିଯିବ କାହାର

ସାଧବବୋହୁ ହୋଇ 

ତା ଠାରୁ ବହୁ ଦୂରକୁ....।।


ସବୁକିଛି ଛାଡ଼ିଦେଇ ଚାଲିଯିବ

କେଉଁ ଏକ ଅଜଣା ଗାଆଁ କୁ

ଗୋଟେ ବିଦେଶର ହାତ ଧରି..।।


ପାଇବନି ବୋଲି ତୁମ ପାଦ ସ୍ପର୍ଶ

ଏବେଠୁ ଗୁମୁରି ଗୁମୁରି କାନ୍ଦୁଛି

ଝୁରିହେଉଚି ସେ ସବୁ ସମୟ

ଯାହା କାଟୁଥିଲା ସେ ସବୁ ଦିନ

ତୁମ ସହ କିଛି ଅଭୁଲା ମୁହୂର୍ତ୍ତ....।।


ବିନତି କରି କହୁଚି,

ଚାଲିଯିବା ଆଗରୁ ତାକୁ

ସମୁଦ୍ରରେ ଫିଙ୍ଗି ଦିଅ

ଅବା ହାତୁଡିରେ ପିଟି

ଭାଙ୍ଗି ଦିଅ ଖଣ୍ଡ ଖଣ୍ଡ କରି...।।


ହେଲେ, ମୁଁ କଣ କରିବି ଯେ

ଆଜି ତୁଠକୁ ଗଲାବେଳେ

ପଥରଟି ଅଭିମାନରେ

ଏତେ କଥା ସବୁ ବଖାଣି ଦେଲା.।


ଆଉ କହିଲା, ବାବୁ,

ତାକୁ ଟିକେ ମୋ ତରଫରୁ

ଶୁଭ ପରିଣୟ ର ଲୁହ ଭିଜା

ଶୁଭେଚ୍ଛା ଜଣାଇ ଦେବ..।।


ବାସ୍, ଏମିତି.... 

ତା କଥା କୁ ତୁମ ପାଇଁ 

କଲମ ମୁନରେ ଉତ୍ତାରି ଦେଲି..।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy