STORYMIRROR

Jyochhna rani Devi

Tragedy Others

3  

Jyochhna rani Devi

Tragedy Others

ତୁଠ ପଥର

ତୁଠ ପଥର

1 min
191


ତୁଠପଥର ମୁଁ ରହିଅଛି ପଡି 

      ଶୁଣିଅଛି କେତେ ଗହନକଥା

ଅୟୁତଯୁଗରୁ ବହନ କରିଛି

     କେତେ ଯେ କଷଣ କେତେ ଯେ ବ୍ୟଥା 

ନୀଳ ବାରି ସ୍ରୋତ ଘର୍ଷଣେ ମମ

     ହୃଦୟରୁ ଉଠି ବାଲୁକାରାଶି

କେବେ ଭାସିଯାଏ ଭ୍ରମରାରେ ପଡି

    କେବେ ଆସି ପୁଣି ଯାଏ ତ ମିଶି ।



କେତେ ହାସ୍ୟରୋଳ ଶ୍ରବଣେ ଘେନିଛି

      ନବବଧୂଙ୍କର ଅବଗାହନ

ଦେଖିଛି ସିକ୍ତ ଚପଳ ଅଙ୍ଗରେ

    ହରିଦ୍ରାକୁ ଯେବେ କରେ ଲେପନ

ଖିଲିଖିଲି ହସେ ହସିଛି ମୁଁ କେତେ

   ସେହି ହାସ୍ୟରସ କରି ମିଶ୍ରଣ

ଭୁଲିଛି ମଉନେ ଯେତେ ଯେତେ ବ୍ୟଥା

     ମୋ ବକ୍ଷରେ କଲେ ପଦମାର୍ଜନ ।



ତୁଠପଥର ମୁଁ ବହିଛି ମୋ ତନୁ

    ଅତନୁର ସମ କେତେ କଷଣ

ରଜକରଜକୀ ପ୍ରକ୍ଷାଳନ ଯେବେ

   କରିଛନ୍ତି କେତେ ଅଙ୍ଗବସନ

ଅନ୍ତରେ ଘେନିଛି ଅକୁହା ବେଦନା

    ପତିତ ଯେ ଅଛି ଅଚଳ ସମ

ଏ ଦେହରେ ଯେବେ ବିଧୁରା କାନ୍ଦିଛି

     ମଥାପିଟି ଛେଦି ଶଙ୍ଖାକଙ୍କଣ ।


ଲିଭାଇ ମଥାରୁ ସିନ୍ଦୂର ତାହାର

    କରିଅଛି ହତଭାଗ୍ୟ ବରଣ

କହିପାରିନାହିଁ ଚାଲିଯାଆ ଘରେ

    ଏ ଝଡ଼ ଯେ ଦିନେ ହେବ ବିଲୀନ

ହସିଥିଲି ଯେବେ ମଉନେ ବିଜନେ

    ଶୁଭେ ସୀମନ୍ତିନୀ ଶଙ୍ଖାସିନ୍ଦୂର

ଅଲକତ ଭରା ଥାଳିନେଇ ହସ୍ତେ

    ଗନ୍ଧସଣ ପାଇଁ ଥିଲେ ତତ୍ପର ।



ସହିପାରୁନାହିଁ ଆଜି ସେହିପରି

     ଦେଖାଇପାରୁନି ମୋ ହୃଦବ୍ୟଥା

ତୁଠପଥର ମୁଁ ପଡିଛି ନୀରବେ

    ବହି ବହି ଖାଲି କଷଣବ୍ୟଥା

ଦିନରୁ ଦିନ ମୁଁ ବରଷୁ ବରଷ

    ନିର୍ବିକାର ଚିତ୍ତ ବହିଛି ଯେଣୁ

ଛୁଇଁପାରିନାହିଁ କାଳମହାକାଳ

    ତନୁରୁ ହୋଇଛି ମୁଁ ଯେ ଅତନୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy