STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ତୁମରି ତୂଳୀରେ

ତୁମରି ତୂଳୀରେ

1 min
14

 ତୁମରି ତୂଳୀରେ ରଙ୍ଗାୟିତ ହୁଏ ପରଜାପତି ର ଡେଣା ଆକାଶର ରଙ୍ଗ ନିଳୀମା ହୁଅଇ ନେତ୍ରକୁ ପଡ଼ଇ ଜଣା। ତୁମରି ଇଙ୍ଗିତ ହୁଏ ଫଳବତୀ ଇନ୍ଦ୍ର ଧନୁ ସପ୍ତ ରଙ୍ଗ ଜଳ ବହିଯାଏ ଉଚ୍ଚରୁ ନୀଚ କୁ କୁସୁମ ରଙ୍ଗ ବେରଙ୍ଗ। ଆଜି ଯିଏ ସାନ କାଲି ହୁଏ ବଡ ଦିନ ପରେ ଆସେ ରାତି ସୂର୍ଯ୍ୟୋଦୟ ପରେ ସୂର୍ଯ୍ୟାସ୍ତ ଆସଇ ତୁମ ଗଢ଼ା ତୁମ ପ୍ରୀତି। ବଞ୍ଚିବା ପାଇଁକି ରାହା ଦେଇ ଅଛ ସକଳ ପ୍ରାଣୀଙ୍କ ପ୍ରତି ଦୁଃଖ ପରେ ସୁଖ ଭୁଞ୍ଜାଉଛ ତୁମେ ତୁମେ ଯେ ଜଗତ ପତି। ଏହି କଥା ଭାବି ସଞ୍ଜ ସକାଳ ରେ ପ୍ରାର୍ଥନା କରିବା ଆସ ସବୁ ଝଡ ଖଞ୍ଜା ଅପସରି ନେବେ ଜଗନ୍ନାଥ ଜଗଦୀଶ। 


Rate this content
Log in

Similar oriya poem from Action