ତୁମରି ପୟରେ
ତୁମରି ପୟରେ
ଅନ୍ଧାର ଭରା ଜୀବନେ ମୋ ଏଇ
ତୁମରି ଆଲୋକ ପାଇଁ
ଅସୀତ ଅନ୍ତର ସିତ କରି ସିକ୍ତ
ଅମା ମୁଁ ଦେଇଛି ଧୋଇ
ତଥାପି ଅନ୍ତର ନିବୃତ କାଳିମା
କେ ଥିଲା କପାଳେ ଲେଖି
ଭବରଂଗ ଭୂମି ଯେତେ ଅଘଟଣ
ଜୀବନେ ଦେଲା କେ ଯୋଖି
ଅମୀୟର ଧାରା ସନ୍ଧାନରେ ଯେବେ
ଧାଇଁ ଗଲି ତୁମ ପାଶ
ମୃଗତୃଷ୍ଣା ଦେଇ ପାଗଳୀନି କଲ
ମୁଖେ ମୋ ଲଗାଇ ବିଷ
ଚାହିଁଥିଲି ଯାହା ଦେଲ ବୋଲି ମୋର
ହୃଦୟେ ନ ହୁଏ ଯାହା
ଚାହିଁନଥିଲି ମୁଁ ଆଶଙ୍କା କେବଳ
ବାସ୍ତବ ହୋଇଲା ତାହା
ବୁଝ କି ନ ବୁଝ ମୋ ଅନ୍ତର ବ୍ୟଥା
କରେ ବାରେ ହୁଏ ଭଣି
ମୁକ୍ତ ଶେଫାଳିର ସ୍ନାତ ଶିକାରରେ
ଦୁଃଖସୂଚୀ ହୁଏ ଗଣି
ହରି ପରି ମୋତେ ନିଅ ତୁମ ପାଶେ
ମୁଁ ତୁମ ଅଝଟ ଶିଶୁ
ମୋର କ୍ଷୁଦ୍ର ତନୁ ଏ ଭବ ସଂସାରୁ
ତୁମରି ପୟରେ ମିଶୁ