STORYMIRROR

Sasmita Mohapatra

Abstract

3  

Sasmita Mohapatra

Abstract

ତୁମରି ପୟରେ

ତୁମରି ପୟରେ

1 min
162


ଅନ୍ଧାର ଭରା ଜୀବନେ ମୋ ଏଇ

ତୁମରି ଆଲୋକ ପାଇଁ

ଅସୀତ ଅନ୍ତର ସିତ କରି ସିକ୍ତ

ଅମା ମୁଁ ଦେଇଛି ଧୋଇ


ତଥାପି ଅନ୍ତର ନିବୃତ କାଳିମା

କେ ଥିଲା କପାଳେ ଲେଖି

ଭବରଂଗ ଭୂମି ଯେତେ ଅଘଟଣ

ଜୀବନେ ଦେଲା କେ ଯୋଖି


ଅମୀୟର ଧାରା ସନ୍ଧାନରେ ଯେବେ

ଧାଇଁ ଗଲି ତୁମ ପାଶ

ମୃଗତୃଷ୍ଣା ଦେଇ ପାଗଳୀନି କଲ 

ମୁଖେ ମୋ ଲଗାଇ ବିଷ


ଚାହିଁଥିଲି ଯାହା ଦେଲ ବୋଲି ମୋର

ହୃଦୟେ ନ ହୁଏ ଯାହା

ଚାହିଁନଥିଲି ମୁଁ ଆଶଙ୍କା କେବଳ

ବାସ୍ତବ ହୋଇଲା ତାହା


ବୁଝ କି ନ ବୁଝ ମୋ ଅନ୍ତର ବ୍ୟଥା

କରେ ବାରେ ହୁଏ ଭଣି

ମୁକ୍ତ ଶେଫାଳିର ସ୍ନାତ ଶିକାରରେ

ଦୁଃଖସୂଚୀ ହୁଏ ଗଣି


ହରି ପରି ମୋତେ ନିଅ ତୁମ ପାଶେ

ମୁଁ ତୁମ ଅଝଟ ଶିଶୁ

ମୋର କ୍ଷୁଦ୍ର ତନୁ ଏ ଭବ ସଂସାରୁ

ତୁମରି ପୟରେ ମିଶୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract