ତୁମରି ପାଇଁ
ତୁମରି ପାଇଁ
ଏ ଆଖିର ଯେତେ ଲୁହ
ଝରିଯାଉ,ତୁମ ପାଇଁ
ଲୁହ ନୁହେଁ ଏ ତ ମୋର
ତୁମ ଓଠ ହସ ହୋଇ
ରହିଛି ରହିବି ତୁମ ସାଥେ ଛାଇଟିଏ ହୋଇ ।
ମରୁ ମରୀଚିକା ସମ
ଏ ଜୀବନ ଥିଲା କାଲି
ପଥହୁଡି ଯାଉ ଯାଉ
ଦିଗହରା ହୋଇଗଲି
ଠିକଣା ମୋ ଖୋଜି ଖୋଜି
ଏକାକିନୀ ଗଲି ହୋଇ
ଅଧା ପଥେ ସାଥୀ ହେଲ
ଜୀଇଁବାର ରାହା ଦେଖାଇ
ଭୁଲିନି ଭୁଲିବି କେମିତି ହୋ ଥରେ ଦିଅ କହି ।
ନଦୀ ଯେବେ ପଥ ହୁଡେ
ସାଗରର ଅନ୍ବେଷଣେ
ବରଷା କି ଝରିପାରେ
ବିନା ଆଷାଢ ଶ୍ରାବଣେ
ଫଗୁଣର ଫଗୁ ଯଦି
ସାତ ରଙ୍ଗ ଭରି ଆସେ
ବସନ୍ତ କି ଛୁପିଯିବ
ମୃଦୁମଳୟର ବାସେ
ମୁଁ ଅବା କେମିତି ଜୀଇଁବି ଅପସାରଟେ ହୋଇ ।
ଅତୀତର ଯେତେ କଥା
ଲାଗେ ସତେ କାଲି ପରି
କେବେ ଦିଶେ ଓଠେ ହସ
କେବେ ଯାଏ ଲୁହଝରି
ଆହୁରି ଅନେକ ପଥ
ଯିବାକୁ ତ ମୋର ଅଛି
ତୁମ ହାତ ସାଥୀ ମୋର
ଲୋଡା ନାହିଁ ଆଉ କିଛି
ଭୁଲିବନି କେବେ ସାଥୀ ଅଧାବାଟେ ଛାଡି ଦେଇ ।

