ତୁମମନ ବୃନ୍ଦାବନ
ତୁମମନ ବୃନ୍ଦାବନ
ଯୁଗ ଯୁଗ ଧରି ନିରବେ ଏକାକୀ
ତପସ୍ୟା କରିଛି ସଖୀ
କେତେ ଝଡଝଞ୍ଜା ସହି ମୁଁ ଆସିଛି
ଭିଜାଇଛି ମୋର ଆଖି I
ପ୍ରେମର ସାଗରେ ଜୁଆର ଉଠିଛି
ମିଳିନାହିଁ ଥଳକୁଳ
ଚାନ୍ଦିନୀ ରାତିରେ ଅନୁଭବିଛି ମୁଁ
ଘନଘୋର ଅନ୍ଧକାର I
ସାଗର କୂଳରେ ଏକା ଏକା ବସି
ଲହଡି ଗଣିଛି କେତେ
ମନ ବଳାଇଛି ସରଗପୁର ର
ଜହ୍ନକୁ ଧରିବି ହାତେ I
ଭଲପାଇବାର ଦିବ୍ୟ ଅନୁଭବ
ପାଇଛି ମୁଁ ତୁମଠାରେ
ତଥାପି ପାରିନି ମାପି ତୁମ ମନ
ଗଭିରତା କେବେ ଥରେ I

