STORYMIRROR

Bijay Prusty

Romance

3  

Bijay Prusty

Romance

ତୁମମନ ବୃନ୍ଦାବନ

ତୁମମନ ବୃନ୍ଦାବନ

1 min
206


ଯୁଗ ଯୁଗ ଧରି ନିରବେ ଏକାକୀ

ତପସ୍ୟା କରିଛି ସଖୀ

କେତେ ଝଡଝଞ୍ଜା ସହି ମୁଁ ଆସିଛି

ଭିଜାଇଛି ମୋର ଆଖି I

ପ୍ରେମର ସାଗରେ ଜୁଆର ଉଠିଛି

ମିଳିନାହିଁ ଥଳକୁଳ

ଚାନ୍ଦିନୀ ରାତିରେ ଅନୁଭବିଛି ମୁଁ

ଘନଘୋର ଅନ୍ଧକାର I

ସାଗର କୂଳରେ ଏକା ଏକା ବସି

ଲହଡି ଗଣିଛି କେତେ

ମନ ବଳାଇଛି ସରଗପୁର ର

ଜହ୍ନକୁ ଧରିବି ହାତେ I

ଭଲପାଇବାର ଦିବ୍ୟ ଅନୁଭବ

ପାଇଛି ମୁଁ ତୁମଠାରେ

ତଥାପି ପାରିନି ମାପି ତୁମ ମନ

ଗଭିରତା କେବେ ଥରେ I

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance