ତୁମକୁ ପାରେନା ଭୂଲି
ତୁମକୁ ପାରେନା ଭୂଲି


ତୁମେ ମୋର ସ୍ଵର୍ଗ ପୁର
ତୁମେ ମୋର ଜହ୍ନ ରାତି
ତୁମ ପାଇଁ ତୁଛ ଲାଗେ
ସୁନା ଚାନ୍ଦି ହୀରା ମୋତି ।
ସକାଳଟା ଭଲ ଲାଗେ
ତୁମେ ବସି ଥିଲେ ପାଶେ
ପରଷିଲେ ଅନ୍ନ ମୁଠେ
ଅନ୍ନପୂର୍ଣ୍ଣା ପରି ବାସେ ।
ସଂଧ୍ୟା ରାଣୀ ସାଜି ତୁମେ
ଦ୍ଵାରେ ମୋର ଜାଳ ଦୀପ
ପଞ୍ଚତୀର୍ଥ ଡାକି ଆଣ
ହୃଦୟରୁ ଲିଭେ ତାପ ।
ବାସ ରାତେ ସୁଧା ପ୍ରୀତି
ବର୍ଷି ଯାଏ ତୁମ ପାଇଁ
ରଜନୀ ଗନ୍ଧା ସୌରଭ
ରହିଛି ତୁମରି ପାଇଁ ।