Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopinath Jena

Romance

4.0  

Gopinath Jena

Romance

ସ୍ନେହ ସମ୍ପର୍କ

ସ୍ନେହ ସମ୍ପର୍କ

1 min
173


ଗଣିତ କଷିଲେ ଏଠି ମିଳୁନି ହିସାବ 

କୋଉ ନିକିତିରେ କୁହ କିଏ ତଉଲିବ

ଆଖିକୁ ପଚାରେ ଆଜି ପଲକ

କେମିତି କା ଏ ସ୍ନେହ ସମ୍ପର୍କ !


ସମ୍ପର୍କ ହଜିଛି ଆଜି ଚୋରାବାଲିରେ 

ଖୋଜିଲେ ମିଳୁନି ତା ଖିଅ 

ଅଦଳ ବଦଳ କରି ଏ ସମୟ

ଖେଳୁଛି ଛାଇ ଆଲୁଅ ।


କଳି ତ ହୁଏ ନା ଏଠି କିଏ ବଡ଼ ସାନ

କେମିତି ମାପିବି କାହାର ଓଜନ

କିଏ ବେଶି କିଏ ଅଳପ 

କେମିତିକା ଏ ସ୍ନେହ ସମ୍ପର୍କ !


ସଂସାର ହାଟରେ ଚାଲିଛି ଲଢେଇ

ହସୁଛି କିଏ ସେ କାହାକୁ କନ୍ଦେଇ

ଦଇବ ଜାଣିଛି ସବୁରି ଠିକଣା

ତଥାପି ମଣିଷ ହୁଏ ବାଟ ବଣା

କୋହ କୁ ପଚାରେ ଆଜି ଲୋତକ

କେମିତିକା ଏ ସ୍ନେହ ସମ୍ପର୍କ !

   ----୦-----



Rate this content
Log in

Similar oriya poem from Romance