ତୁମକୁ ଦେଖିଲା ପରେ
ତୁମକୁ ଦେଖିଲା ପରେ
ତୁମକୁ ଦେଖିଲା ପରେ
ରଙ୍ଗ ମହଲରେ
ମନ ମୋର ହଜି ଗଲା
ପ୍ରେମ ଦୁନିଆରେ !
ହୃଦୟ ସ୍ପନ୍ଦନ ମୋର
ତୁମ ନାମ ଗାଏ
ଝୁରି ଝୁରି ମନ ମୋର
ନିଦ ଶୋଇ ଯାଏ !
କାହିଁକି କିମିଆ କଲ
କୁହ ସୁନା ଗୋରି
କିଛି ଭଲ ଲାଗୁ ନାହିଁ
ହଉଛି ମୁଁ ଝୁରି !
ସରଳ ହୃଦୟ ମୋର
ପ୍ରେମ ଗନ୍ତାଘର
କରି ନାହିଁ ପ୍ରେମ କେଵେ
କର ହେ ଆଦର !
ତୁମକୁ ଦେଖିଲା ପରେ
ସ୍ଵପ୍ନରେ ବିଭୋର
ନାଇ ଦିଅ ପ୍ରିୟା ତୁମେ
ମୋ ପାଇଁ ସିନ୍ଦୂର !
ପ୍ରେମ ଆଶା ମନ ଭାଷା
ବୁଝିବ କି ପ୍ରିୟା
ସୁଖ ଦେବି ଶାନ୍ତି ଦେବି
କରିବି କିମିଆ !
ଫୁଲ ଫଗୁ ବସନାରେ
ଦେବି ମୁଁ ହେଜଇ
ପ୍ରୀତି ଫୁଲ ବଗିଚାରେ
ଦେବି ମୁଁ ସଜେଇ !
ତୁମକୁ ଦେଖିଲା ପରେ
ପ୍ରେମ ଗୀତ ଗାଏ
ତୁମକୁ ଦେଖିଲା ପରେ
ପ୍ରେମ ଛବି ଆଙ୍କେ !
ସଦାନନ୍ଦ ସାହୁ, କାରା କର୍ମଚାରୀ,
କେନ୍ଦ୍ରୀୟ କାରାଗାର , କଟକ ,ଚୌଦ୍ୱାର