ତୁମେ
ତୁମେ
ବସନ୍ତ ଋତୁର ବାସନ୍ତୀ ଗୋ ତୁମେ
ଧରା ଶ୍ରାବଣର ତୁମେ ଶ୍ରାବଣୀ
ପୂର୍ଣ୍ଣମୀ ରାତିର ଚାନ୍ଦିନୀ ଗୋ ତୁମେ
ମଧୁ ଝରା ତୁମ ଚାହାଣି ।
ପ୍ରେମିକାରେ ତୁମେ କୃଷ୍ଣ ପ୍ରାଣ ରାଧା
କୋଇଲିର ତୁମେ କାକଳି
ସଂଗୀତ ରାଣୀର ମୂର୍ଛନା ଗୋ ତୁମେ
ଲଗନରେ ପ୍ରିୟେ ଗୋଧୂଳି ।
ସୁମନରେ ତୁମେ ପାରିଜାତ ସମ
ନଈରେ ତୁମେ ଗୋ ଜାହ୍ନବୀ
ନର୍ତ୍ତକୀରେ ତୁମେ ଉର୍ବଶୀଠୁଁ ବଳି
ରାଗରେ ତୁମେ ଗୋ ପୂରବୀ।
ବିଦଗ୍ଧ କବିର ନାୟିକା ଗୋ ତୁମେ
ଦଗ୍ଧ ହୃଦୟର ସ୍ପନ୍ଦନ
ପାହାଡ ଛାତିର ଅଳସି କନ୍ୟା ଗୋ
ଅଫେରା ରାତିର ସପନ
ତୁମେ ଅଫେରା ରାତିର ସପନ ।