STORYMIRROR

Umashankar Satpathy

Romance

3  

Umashankar Satpathy

Romance

ତୁମେ

ତୁମେ

1 min
289


ପ୍ରେମ ଏକ ଭରସାଟେ ବୋଲି

ଦେଇଥିଲ ଅନୁଭବ।

ନଥିଲି ଉଦ୍ଦାମ ତରୁଣ କି

ସୁଷମ କାୟାର ସୈାରଭ।।


ବିଛାଇଲ ତମେ ବିଳାସର ଜାଲ

ମାଞ୍ଜିଆ ଵାଣିରେ ଵାନ୍ଧିଲ।

ବିଶ୍ୱାସରେ ମୋତେ ବିଶ୍ୱାସ ବଦଳେ

ଅମୃତ ପିଆଇଦେଲ।।


ହଜାଇଦେଲ ମୋ ସତ୍ତା

ଲେଖିଦେଇଗଲ ଜୀବନର ପରିଭାଷା।

ଶ୍ରାବଣ ଶେଷେ କାଶତଣ୍ଡୀର ଶୋଭା।

ଦେଖିଲି ସେଦିନ ଆଖିରେ ତୁମର ୠଷା।।


ଆର୍ତ୍ତ ନୟନରେ ଚାହେଁ

ତୃଷିତ ଚାତକ ପ୍ରାୟେ।

ତୋଷି ହେଉଥାଏ ପ୍ରାଣ

ଜଳଦ ଦର୍ଶନେ ପ୍ରିୟେ।।


ଛୁଇଁବାକୁ ଲାଗେ ଡର

ଯାହା ବି ହେଲେ ମୁଁ ପର।

ଦୃଷ୍ଟିରେ ଲଭୁଛି ତୁଷ୍ଟି

କାମଶାସ୍ତ୍ର ଏଠି ସୃଷ୍ଟି।।


ଅନିଶ୍ଚିତତାରେ ନିଶ୍ଚିତ ଦିଶୁଛି

ଭାଗ୍ୟଦର୍ପଣ ଫଟା।

ତଥାପି ଅମୃତ ଅଢେଇ ଅକ୍ଷର

ସ୍ମୃତିଟା ତୁମର ମିଠା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance