Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mishra Manasi

Abstract

4  

Mishra Manasi

Abstract

ତୁମେ ଯେଵେ ଆସ

ତୁମେ ଯେଵେ ଆସ

1 min
155



ପ୍ରକୃତି ଫୁଲର ଋତୁ ପାଖୁଡାଟି 

ବର୍ଷା ରାଣୀ ଗୋ ତୁମେ

ତୁମ ପହିଲି ମାଦକ ଛୁଆଁରେ

ମନ ଭଅଁର ଝୁମେ ।

ତୁମେ ଗୋ ଆସ ମେଘ ସବାରୀରେ

ନୀଳ ଅମ୍ବର ସାଜି

ଚପଳା ଚମକେ ରୋଷଣୀ ଝଲସେ

ବଜ୍ର ଦୁନ୍ଦୁଭି ବାଜି ।

ପହିଲି ଆଷାଢ ପହିଲି ବାରୀରେ

ଭିଜା ମାଟିର ବାସ୍ନା

ମନରେ ଆଙ୍କେ ପ୍ରୀତି ପୁରବୀ

ହୃଦୟ ଆନମନା ।

ବର୍ଷା ଗୋ ତୁମେ ନୀଳ ତରଙ୍ଗିଣୀ

ସ୍ବପ୍ନର ଇନ୍ଦୁମତୀ

ତୁମ ଚପଳ ଛନ୍ଦ ତୋଳୁଛି

ପ୍ରେମ ମହ୍ଲାର ଗୀତି ।

ତୁମେ ଯେ ଘନ ଆଷାଢୀ ଆକାଶେ

ଭସା ଵାଦଲର ଛାଇ

ତୁମ କାଉଁରୀ ମଧୁର ଚୁମ୍ବନେ

ତନୁ ମନ ଶିହରଇ ।

ତୁମେ ଯେ ଆସ ଗୋଲାପ ସମ୍ଭାରେ

ଶ୍ୟାମଳୀଲତା ଧାରେ

ଵୁଣି ଵୁଣି ଯାଅ ମିଠା ସପନ

ବିରହୀ ହୃଦୟରେ ।

କଵି କଲମ କଳ୍ପନା ବିଳାସୀ

ସୁନ୍ଦରୀ ଅପରୂପା

ସ୍ଥପତିମନ ଖୋଲା କାନ୍ ଭାସେ 

ପ୍ରେୟସୀ ଚିତ୍ର ଲେଖା ।

କା ପାଇଁ ତୁମେ ରଙ୍ଗ ତୂଳୀ ମଖା

ପିୟୁଷ ପିଆଲାଟିଏ

କା ପାଇଁ ଗାଅ ଵିରହ ଵୀଣାରେ 

ବେସୁରା ରାଗିଣୀଟିଏ ।

କା ପାଇଁ ସାଜ ମଲାଜହ୍ନ ତୁମେ 

କା ପାଇଁ ନୀଳକଇଁ ।

କା ପାଇଁତୁମେ ସବୁଜ ବନାନୀ

କା ପାଇଁ ମରୁଭୂଇଁ ।

କୁଆଁରୀ କଅଁଳ ହୃଦୟେ ଲେଖ 

ପ୍ରୀତି କବିତାଟିଏ

ରିମୄଝିମ୍ ତୁମ ପାଉଁଜି ଛନ୍ଦରେ 

ଉନ୍ମାଦେ ହଜିଯାଏ ।

ବର୍ଷା ରାଣୀ ଗୋ ଯେବେ ତୁମେ ଆସ

ମନ ଅଗଣା ଛୁଇଁ 

ଅତୀତ ସ୍ମୃତି ସାଉଁଟା ଫୁଲକୁ

ଲୁହେ ମୁଁ ସାଉଁଟଇ ।

କା ଓଠ ରତୁମେ ମଧୁର ଆଳାପ 

ରଙ୍ଗ ଶାଳା ନାୟିକା

କା ହୃଦୟ କୋଣ ଅନ୍ଧାରୀ ଗହନେ  

ଅଲୋଡ଼ା ଦୀପଶିଖା ।

 ରୂପ ନଗରୀର ରୂପସୀ ଗୋ ତୁମେ 

 ଅଳସୀ ରାଜଜେମା

ନିଶି ଗନ୍ଧା ନିଶି କବରୀ ସ୍ତବକେ

ମୋହିନୀ ଅନୁପମା। 



Rate this content
Log in

Similar oriya poem from Abstract