Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Abstract Others

3  

Prafulla Chandra Mishra

Abstract Others

ତୁମେ ଥିଲ ବୋଲି ଗାନ୍ଧୀ ହେ

ତୁମେ ଥିଲ ବୋଲି ଗାନ୍ଧୀ ହେ

2 mins
339



• ତୁମେ ଥିଲ ବୋଲି ଗାନ୍ଧୀ ହେ

• ଭାରତେ ତ୍ରୀରଙ୍ଗା ଜୈତ୍ରୀ ଉଡଇ

• ଶାନ୍ତି, ମୈତ୍ରେୟ ଲହରୀ ଖେଳଇ

• ବିଶ୍ଵ ଦରବାରରେ ତୁମ ନାମ ଗୁଞ୍ଜରିତ ହୁଏ । 

ତୁମେ ଥିଲ ବୋଲି…।।

• ତୁମେ ଥିଲ ବୋଲି ଗାନ୍ଧୀ ହେ

• ସ୍ଵାଧୀନ ହୋଇଲା ଭାରତବର୍ଷ

• ଲୁଚି ଯାଉଥିବା ଯେତେ ଉତ୍କର୍ଷ

• ଉଜ୍ଜିବିତ ହେଲା ତୁମରି ଶାନ୍ତି ମନ୍ତ୍ର ବଳେ । ତୁମେ ଥିଲ ବୋଲି…।।

• ତୁମେ ଥିଲ ବୋଲି ଗାନ୍ଧୀ ହେ

• ତିନିଶ ବର୍ଷର ଗୋରା ଶାସକଙ୍କୁ

• ଅନ୍ୟାୟାସେ ତାଙ୍କୁ କରିଲ ତ୍ରୀସଙ୍କୁ

• ବାଟ,ଘାଟ ଭୁଲି ସହସା ଭାରତ ଛାଡ଼ିଥିଲି । ତୁମେ ଥିଲ ବୋଲି…।।

• ତୁମେ ଥିଲ ବୋଲି ଗାନ୍ଧୀ ହେ

• ଇଂରେଜ ବିରୁଦ୍ଧେ ଅହିଂସା ଅସ୍ତ୍ର

• ବୁଦ୍ଧ ଦେବ ଙ୍କର ବାଣୀ ପ୍ରଚାରିତ

• କରି,ମହୀୟାନ ହୋଇଗଲ ତୁମେ ବିଶ୍ଵ ରେ । ତୁମେ ଥିଲ ବୋଲି…।।

• ତୁମେ ଥିଲ ବୋଲି ଗାନ୍ଧୀ ହେ

• ଜାତି ପ୍ରଥା କଥା ପ୍ରଚାରିତ କଲ

• ବର୍ଣ୍ଣ ବୈଷମ୍ୟ ତା ହୋଇଥିଲା ଦୂର

• ନିଷ୍ପେସିତ ପ୍ରାଣ ଉତ୍ଫୂଲ୍ଲିତ ହେଲା ଅବହେଳେ । ତୁମେ ଥିଲ ବୋଲି…।।

• ତୁମେ ଥିଲ ବୋଲି ଗାନ୍ଧୀ ହେ

• କୁଟି ଖାଅ ଆଊ କାଟି ପିନ୍ଧ ବୋଲି

• ବତାଇଲ ଦେଶ ସାରା ବୁଲି ବୁଲି

• ବସ୍ତ୍ର ପିନ୍ଧିଲ ଦେଶି କଟା ସୁତା ଖଦଡ଼ ରେ । ତୁମେ ଥିଲ ବୋଲି…।। 

• ତୁମେ ଥିଲ ବୋଲି ଗାନ୍ଧୀ ହେ

• ରାମ ନାମ ଜପି ଦୁନିଆଁ କୁ

• ସତ୍ୟ,ଧର୍ମ ପଥେ ଚାଲିବାକୁ

• ଶିଖାଇ ସଭିଏଁ ଏକଜୁଟ କଲ ବୁଦ୍ଧି ବଳେ । ତୁମେ ଥିଲ ବୋଲି…।।

• ତୁମେ ଥିଲ ବୋଲି ଗାନ୍ଧୀ ହେ

• ଆଜିର ମଣିଷ ଶାନ୍ତି ର ବାରତା

• ଅକାଳେ ସକାଳେ କରେ କେବେ ଚିନ୍ତା

• ଅନେକ ମିଛରେ ସତକଥା କୁହେ ବେଳେ ବେଳେ । ତୁମେ ଥିଲ ବୋଲି…।।

• ତୁମେ ଥିଲ ବୋଲି ଗାନ୍ଧୀ ହେ

• ସ୍ଵାଧୀନତା ମିଠା ଚାଖିଲା ମଣିଷ

• ପରିଧୀନ ଦଳି ସ୍ଵାଧୀନ ସୂର୍ଯ୍ୟ

• ମୈତ୍ରେୟ ସ୍ବର୍ଣ୍ଣାଭ ରଶ୍ମୀ ବୁଣିଲା ଭାରତରେ । ତୁମେ ଥିଲ ବୋଲି…।।

• ତୁମେ ଥିଲ ବୋଲି ଗାନ୍ଧୀ ହେ

• କାଳ ତମିଶ୍ରାର କଳା ବୁକୁ ଚିରି

• ଜହ୍ନ ଉଇଁଲା ଜୋଛନା ବିସ୍ତାରି

• ନୃତ୍ୟେ ବିଭୋର ସଭିଏଁ ସେଦିନ ରାତିଟାରେ । ତୁମେ ଥିଲ ବୋଲି…।।



Rate this content
Log in

Similar oriya poem from Abstract