STORYMIRROR

Nityananda Sahu

Tragedy Others

3  

Nityananda Sahu

Tragedy Others

ତୁମେ ମୁଁ ଆଉ ଆମ ପ୍ରେମ

ତୁମେ ମୁଁ ଆଉ ଆମ ପ୍ରେମ

2 mins
216

 

ତୁମକୁ ,ମୋ ଭିତରେ ଖୋଜି ଖୋଜି

ଆଜି ମୋ ନିଜକୁ ଚିହ୍ନିପାରୁନି ।।

ସହଜରେ ବି ସ୍ୱୀକାର କରିପାରୁନି

ତୁମେ ଆଉ ମୋର ନାହଁ ହୋଇ ।।

ଏଠି ରାତିର ବୟସ ଆଉ ଜହ୍ନ ଆୟୁଷ

ଠିକ ଯେମିତି କିଛି କ୍ଷଣ ପାଇଁ

ତୁମେ ବି ସେମିତି ଦୂରେଇ ଯାଇ ନାହଁ ତ

ମତେ ଟିକେ ସୁଧାରିବା କୁ ଯାଇ ।।

ହଁ, ମୁଁ ବି ବୁଝିପାରିଛି

ଦିନେ ତୁମେ ଠିକ ଥିଲ,

ଆଉ ମୁଁ ଭୂଲ

ତଥାପି ସେ ଭୂଲ ରେ ବି ତ

ତୁମକୁ ହୃଦୟରେ ସାଇତି ରଖିଥିଲି ।।

ଏମିତି ସେମିତି ପାଗଳ ଭଅଁର ,ମୁଁ ନ ଥିଲି

ଭାବୁଥିବ ଯଦି ତୁମ ରୂପ ଦେଖି ଭଲପାଉଥିଲି

ତେବେ ଭୂଲ ଭାବିଛ

ମୋ ପରି ପାଗଳ ପ୍ରେମୀ ର ପାଗଲାମୀ କୁ

ତୁମେ ଠିକ ବୁଝିପାରିବ ଜାଣି

ତୁମକୁ ହୃଦୟରୁ ଭଲ ପାଉଥିଲି ?

ହୁଏତ ଆଜି ମୋ ହୃଦୟ କ୍ଷତାକ୍ତ

ଦୁନିଆଁ କହି ପାରେ ମୁଁ କଳଙ୍କିତ ନାୟକ

ତଥାପି ତୁମେ କୁହ ଥରେ

ଛୁଇଁଛି କି ମୁଁ କେବେ

ତୁମ ଦେହକୁ ମୋ ହାତେ ?

ଜାଣିଛି ଏହାର ଉତ୍ତର ବି

ତୁମେ ଦେଇ ପାରିବ ନାହିଁ !

ହଁ, ଆଜି ମୁଁ ବହୁତ ଖୁସି

କଣ ପାଇଁ ବା ନ ହେବି !

କଣ ଭାବୁଛ କେଡେ ନିର୍ଲଜ ମୁଁ

ଠିକ ଏଇଆ ନା

ହା ହା ହା

ସବୁ ଭଲପାଇବାରେ ପ୍ରାପ୍ତି ନ ଥାଏ

କିଛି ତ ତ୍ୟାଗରେ ସ୍ୱର୍ଗୀୟ ସୁଖ ଦେଇଥାଏ

ଆଉ ଆଜି ଯେତେବେଳେ ତୁମେ

ମଥାରେ ସିନ୍ଦୁର ଆଉ ହାତରେ ଶଙ୍ଖା ପିନ୍ଧି ସାରିଛ

ତେବେ ମୁଁ କାହିଁକି ଖୁସି ହେବି ନାହିଁ କୁହ ?

ତୁମ ଖୁସି ପାଇଁ ଏ ଆଖିର ଲୁହ

ମୋ ପାଇଁ କିଛି ନୁହଁହଁ କିଛି ନୁହଁ ।

ତୁମେ ଠିକ ଶୁଣୁଛ,

ତୁମକୁ ନେଇ ମୋ ଭିତରେ ବଞ୍ଚିବାର

ସେଇ ଅଧିକାର ଟିକେ ଦେବ ।

ବାସ, ଏ ପାଗଳ ର

ସେତିକି ହିଁ ପ୍ରାପ୍ୟ ।

#ସିଧାକଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy