ତୁମେ ମୋ ପ୍ରେମ
ତୁମେ ମୋ ପ୍ରେମ
ତୂମେ ମୋ ମନର ଛୋଟ ଅଗଣାରେ
ପୂନେଇର ସେଇ ପୂର୍ଣ୍ଣିମା ଜହ୍ନ,
ବହି ଆସ ତୁମେ ହେଇ ସେ ମଳୟ
ଛୁଇଁ ଦେଇ ଯାଅ ମୋ ମନ ପ୍ରାଣ ।।
ଆଷାଢ଼ର ତୁମେ ପହିଲି ବରଷା
ସାଜି ଆସି ମତେ ଭିଜେଇ ଯାଅ,
ଭିଜି ଯାଏ ମୋର ଦେହ ପ୍ରାଣ ସବୁ
ତୁମେ ସାଥେ ମତେ ହଜେଇ ଦିଅ ।।
ଫଗୁଣର ତୁମେ ରଂଗଟିଏ ସାଜି
ବୋଳି ହେଇଯାଅ ମୋ ଦେହ ସାରା,
ମୋ ମନ ରଂଗିବ ତୁମ ମନ ସାଥେ
ହେଇଥିଲେ ସାଥୀ ପ୍ରୀତିରେ ଭରା ।।
ବାନ୍ଧିଦିଅ ତୁମ ବାହୁ ବନ୍ଧନରେ
ଖେଳୁ ଶିହରଣ ମୋ ଦେହ ସାରା
ରହିଯାଏ ମୁଁ ତୁମର ହେଇକି
ରାତି ହେଉ ମୋର ସପନ ଭରା ।।
ତୁମ ଓଠ ଛୁଆଁ ଭରୁ ପୁଲକତା
ଝାଉଁଳି ଯାଏ ମୁଁ ଲାଜରେ ଆଜି,
ପ୍ରେମର ପରଶେ ହୃଦୟ ସ୍ପନ୍ଦନ
ବଢିଯାଏ ତୁମ ପାଖରେ ବସି ।।
ଧକ୍ ଧକ୍ ହୁଏ ଛାତିର ସ୍ପନ୍ଦନ
ଯେତେ ପାଶେ ତୁମେ ନିଅ କୋଳେଇ,
ଇଛା ହୁଏ ସତେ ନ ଫେରନ୍ତି ଆଉ
ନିଜେ ମୁଁ ନିଜକୁ ଦେଇ ହଜେଇ ।।
ମଧୁଭରା ରାତି ନ ପାହାନ୍ତା ସତେ
ଥାଆନ୍ତି ମୁଁ ତୁମ ବାହୁ ବନ୍ଧନେ,
ନ ସରନ୍ତା ସେଇ ଅପୂର୍ଵ ମୂହୁର୍ତ୍ତ
ଆସିବ କି ଆଉ ଆମ ଜୀବନେ ।।
ଥାଆନ୍ତି ନିତି ମୁଁ ତୁମ ପାଖେ ସାଥୀ
ପଡନ୍ତାନି ଜଣା ମୋ ଦିନ ରାତି,
ଦେଖନ୍ତି ତୁମକୁ ପ୍ରତି ମୂହୁର୍ତ୍ତରେ
ଥକି ଯାଆନ୍ତାନି ଏଇ ମୋ ଆଖି ।।