STORYMIRROR

Swarnalata Dash

Romance Tragedy

3  

Swarnalata Dash

Romance Tragedy

ତୁମେ ମୋ ଚନ୍ଦ୍ର

ତୁମେ ମୋ ଚନ୍ଦ୍ର

1 min
137

ସଂସାର ନିୟମରେ ବନ୍ଧା

ମୁଁ ତୁମ କମଳିନୀ

ତୁମେ ମୋ ଚନ୍ଦ୍ର

ପ୍ରୀତି ଅଭେଦ

ଥିଲେପାଶେ ଅବା ଦୂରେ

ଲାଗେ ଅଛ ବହୁଦୂରେ

କେବେ କେବେ ଦେଖାଦିଅ

ଅବେଳରେ ନିସ୍ତବ୍ଧ ରାତିରେ

ପୁନେଇଁ ଚାନ୍ଦ ଝରା ଜୋଛନା ନେଇ

ବରଷିଯାଅ ପ୍ରୀତି ପିୟୁଷ ଧାରା

ଅଧିକାର ସାବ୍ୟସ୍ତର

ପାରିବାପଣିଆ ନେଇ

କେବେ ପୁଣି ସରି ସରି ଆସ

କୃଷ୍ଣ ପକ୍ଷ ଶଶୀକଳା ସମ

ଦୂର ବନ୍ଧୁ ହେଲେ ଵି

ଲାଗେ ଅତି ସୁନ୍ଦର

ତ ନଥାଏ କିଛି ପ୍ରତିବାଦ

ତଥାପି ଅହମିକାର କଳା ବାଦଲ ଟା

କେବେ କେବେ ଲୁଚାଇଦିଏ

ତୁମ ଆପଣା ପଣକୁ

ତ ଵନିଯାଅ ଅମାବାସ୍ୟାର ଚନ୍ଦ୍ର

ଆଶାର ଧୈର୍ଯ୍ୟ ବନ୍ଧ ବାନ୍ଧି

ମୋ ମନରେ କ୍ଷୀଣ ରେଖା

ଉଙ୍କିମାରେ ସପନର ଶୁକଳ ପକ୍ଷରେ

ଦ୍ଵିତୀୟା ଚାନ୍ଦରେ ଦିକିଡ଼ିକି

ଜଳୁଜଳୁ ପୁନଶ୍ଚ ଭଟ୍ଟା

ପଡିଯାଉଥାଏ ଅଷ୍ଟମୀ ରେ

ଭୁଲ ବୁଝାମଣାରେ

ସଂସାର ଭିତରେ ଘର କରି

ନିଜେ ବୁଝି ବୁଝାଇଲେ

ଲୋଡ଼ନାହିଁ କେହି

ନିଃସ୍ଵାର୍ଥପରତା ର ସହ

ସବୁ ସୁଖ ଦୁଃଖ କୁ

ଆଦରିନେଲେ ଆପେ ଆପେ

ପୁନେଇଁ ଚାନ୍ଦର କିରଣ ସମ 

ଝରିଯାଏ ପ୍ରୀତିର ପିୟୁଷ

ମନ ବୃନ୍ଦାବନେ ନାଚେ ମୟୁର

ମୁଁ ହୋଇଯାଏ ତୁମ ନୀଳ କଇଁ

 ଚିର କାଳ ତୁମେ ମୋ ଚନ୍ଦ୍ରମା

ଥିଲେ ଯେତେ ଦୂରେ

ପ୍ରୀତି ଅଭେଦ ଆମର

ସାତ ଜନ୍ମର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance