ତୁମେ ମୋ ଚନ୍ଦ୍ର
ତୁମେ ମୋ ଚନ୍ଦ୍ର
ସଂସାର ନିୟମରେ ବନ୍ଧା
ମୁଁ ତୁମ କମଳିନୀ
ତୁମେ ମୋ ଚନ୍ଦ୍ର
ପ୍ରୀତି ଅଭେଦ
ଥିଲେପାଶେ ଅବା ଦୂରେ
ଲାଗେ ଅଛ ବହୁଦୂରେ
କେବେ କେବେ ଦେଖାଦିଅ
ଅବେଳରେ ନିସ୍ତବ୍ଧ ରାତିରେ
ପୁନେଇଁ ଚାନ୍ଦ ଝରା ଜୋଛନା ନେଇ
ବରଷିଯାଅ ପ୍ରୀତି ପିୟୁଷ ଧାରା
ଅଧିକାର ସାବ୍ୟସ୍ତର
ପାରିବାପଣିଆ ନେଇ
କେବେ ପୁଣି ସରି ସରି ଆସ
କୃଷ୍ଣ ପକ୍ଷ ଶଶୀକଳା ସମ
ଦୂର ବନ୍ଧୁ ହେଲେ ଵି
ଲାଗେ ଅତି ସୁନ୍ଦର
ତ ନଥାଏ କିଛି ପ୍ରତିବାଦ
ତଥାପି ଅହମିକାର କଳା ବାଦଲ ଟା
କେବେ କେବେ ଲୁଚାଇଦିଏ
ତୁମ ଆପଣା ପଣକୁ
ତ ଵନିଯାଅ ଅମାବାସ୍ୟାର ଚନ୍ଦ୍ର
ଆଶାର ଧୈର୍ଯ୍ୟ ବନ୍ଧ ବାନ୍ଧି
ମୋ ମନରେ କ୍ଷୀଣ ରେଖା
ଉଙ୍କିମାରେ ସପନର ଶୁକଳ ପକ୍ଷରେ
ଦ୍ଵିତୀୟା ଚାନ୍ଦରେ ଦିକିଡ଼ିକି
ଜଳୁଜଳୁ ପୁନଶ୍ଚ ଭଟ୍ଟା
ପଡିଯାଉଥାଏ ଅଷ୍ଟମୀ ରେ
ଭୁଲ ବୁଝାମଣାରେ
ସଂସାର ଭିତରେ ଘର କରି
ନିଜେ ବୁଝି ବୁଝାଇଲେ
ଲୋଡ଼ନାହିଁ କେହି
ନିଃସ୍ଵାର୍ଥପରତା ର ସହ
ସବୁ ସୁଖ ଦୁଃଖ କୁ
ଆଦରିନେଲେ ଆପେ ଆପେ
ପୁନେଇଁ ଚାନ୍ଦର କିରଣ ସମ
ଝରିଯାଏ ପ୍ରୀତିର ପିୟୁଷ
ମନ ବୃନ୍ଦାବନେ ନାଚେ ମୟୁର
ମୁଁ ହୋଇଯାଏ ତୁମ ନୀଳ କଇଁ
ଚିର କାଳ ତୁମେ ମୋ ଚନ୍ଦ୍ରମା
ଥିଲେ ଯେତେ ଦୂରେ
ପ୍ରୀତି ଅଭେଦ ଆମର
ସାତ ଜନ୍ମର ।