STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ତୁମେ ଜଗନ୍ନାଥ

ତୁମେ ଜଗନ୍ନାଥ

1 min
203


ତୁମେ ଜଗନ୍ନାଥ    ଜଗତର ନାଥ

    ବଢାଇଦେଇଛ ହାତ

ତୁମେ ଚକାଆଖି   ମୁ ମହାଦୁଃଖୀ

    କରିଅଛ ତୁମେ ଜାତ

ତୁମେ ଜଗନ୍ନାଥ

ସଂସାର କୁ ମୁହିଁ ଯେବେଠୁ ଆସିଲି 

ମିଛ ମୟାରେ ସବୁ ଭୁଲିଗଲି

ତୁମରି ଲୀଳା କେବେ ନ ବୁଝିଲି

ଅହଂକାରରେ ନିଜେ ବୁଡିଗଲି

ତୁମେ ମହାଯୋଗୀ ମୁଁ ହତ ଭାଗୀ

   ଜଗତରେ ତୁମେ ସତ

ତୁମେ ଜଗନ୍ନାଥ

ତୁମେ ସିନା ରହୁଅଛ ବଡ଼ଦେଉଳରେ

ଭଙ୍ଗା କୁଡ଼ିଆ ରେ   ରହିବୁଲୁଛି 

         ଦାଣ୍ଡରେ

ତୁମେ ନୀତି ଖାଉଅଛ ଛପନ 

        ଭୋଗକୁ

ସୁଖେ ଦୁଃଖେ ଯାହା ମିଳେ ଭୁଞ୍ଜୁ

      ଅଛି ତାକୁ

ତୁମେ ଅବତାରି  ମୁଯେ ଭିକାରି

   ଉଡୁଅଛି ତୁମ ନେତ

ତୁମେ ଜଗନ୍ନାଥ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational