ତୁମେ ଜଗନ୍ନାଥ
ତୁମେ ଜଗନ୍ନାଥ
ତୁମେ ଜଗନ୍ନାଥ ଜଗତର ନାଥ
ବଢାଇଦେଇଛ ହାତ
ତୁମେ ଚକାଆଖି ମୁ ମହାଦୁଃଖୀ
କରିଅଛ ତୁମେ ଜାତ
ତୁମେ ଜଗନ୍ନାଥ
ସଂସାର କୁ ମୁହିଁ ଯେବେଠୁ ଆସିଲି
ମିଛ ମୟାରେ ସବୁ ଭୁଲିଗଲି
ତୁମରି ଲୀଳା କେବେ ନ ବୁଝିଲି
ଅହଂକାରରେ ନିଜେ ବୁଡିଗଲି
ତୁମେ ମହାଯୋଗୀ ମୁଁ ହତ ଭାଗୀ
ଜଗତରେ ତୁମେ ସତ
ତୁମେ ଜଗନ୍ନାଥ
ତୁମେ ସିନା ରହୁଅଛ ବଡ଼ଦେଉଳରେ
ଭଙ୍ଗା କୁଡ଼ିଆ ରେ ରହିବୁଲୁଛି
ଦାଣ୍ଡରେ
ତୁମେ ନୀତି ଖାଉଅଛ ଛପନ
ଭୋଗକୁ
ସୁଖେ ଦୁଃଖେ ଯାହା ମିଳେ ଭୁଞ୍ଜୁ
ଅଛି ତାକୁ
ତୁମେ ଅବତାରି ମୁଯେ ଭିକାରି
ଉଡୁଅଛି ତୁମ ନେତ
ତୁମେ ଜଗନ୍ନାଥ ।