STORYMIRROR

Sukadev Mahanta

Abstract Tragedy

4  

Sukadev Mahanta

Abstract Tragedy

ତୁମେ ଗଲା ପରେପରେ

ତୁମେ ଗଲା ପରେପରେ

1 min
183

ତୁମେ ଗଲା ପରେ ପରେ     ମୋର ମନବଗିଚାରେ 

   ଗୋଲାପ ମୁଖରୁ ହସ ଯାଇଛି ଲିଭି

ମଲ୍ଲୀ ଫୁଲର ବାସନା       ରଜନୀ ଗନ୍ଧା ସୁଗନ୍ଧ     

     ମନ୍ଦାର  ବଉଳ ଚମ୍ପା ହୃତ ସୁରଭି  

      ହେନା ହୋଇଛି ବାସହୀନା  

   ମନ ଆକାଶେ ଜହ୍ନର ନାହିଁ ଜୋଛନା ।


ସୂରୁଯମୁଖୀ ସୁଷମା        ମନ ମୋହୁନାହିଁ ଜମା

       ଆମ୍ବ ଗଛରେ କୋକିଳ ଗାଉନି ଗୀତ

ପ୍ରଜାପତି ଉଡୁନାହିଁ      ଭ୍ରମର  ଭ୍ରମେ ପଡିଛି

      ମଧୁମକ୍ଷି ଗୁଣୁ ଗୁଣୁ ଗାଉନି ଗୀତ

        କଇଁଫୁଲ ମୁହଁ ଲୁଚାଇ

    ସକ ସକ ହୋଇ କାନ୍ଦେ ବିରହ ପାଇଁ ।


ଜିନିଆ ସୁଗନ୍ଧରାଜ          ସୁଗନ୍ଧ ସୁଷମା ଆଜ

      ହରାଇ ହୋଇଛି ଦୁଃଖରେ ମ୍ରିୟମାଣ

 ମନ ଆକାଶରେ ମୋର      ରୁସି ବସିଛି ଭାସ୍କର

       ପଙ୍କଜ  ସରସୀ ଜଳେ ଲଭେ କଷଣ

         ପବନ ବଜାଉନି ବୀଣା

     ବଉଦର ଢୋଲ ଶବ୍ଦ ଆଉ ଶୁଭେନା ।


ମନ ଆକାଶରେ ମୋର      ଚାରିଆଡେ ହାହାକାର 

       କେଉଁଠି  ଦୁଃଖେ ଲୁଚିଛି ମେଘ ମହ୍ଲାର

ଦୃଶ୍ୟ ଖାଲି ବେଦନାର      ବିରହ ଦାବାନଳର

     ସବୁଠାରେ ଶୂନ୍ୟସ୍ଥାନଦିଶେ ତୁମର

      ତୁମ କଥା ଭୁଲିପାରିନି

ଶୋକରେ ବିଜୁଳୀ ରଚୁନାହିଁ ରୋଷଣୀ ।



Rate this content
Log in

Similar oriya poem from Abstract