STORYMIRROR

Akshaya kumar Rout

Romance Classics Others

4  

Akshaya kumar Rout

Romance Classics Others

ତୁମେ ଗଲା ପରେ

ତୁମେ ଗଲା ପରେ

1 min
123

କେଜାଣି କାହିଁକି ମୋ

ବାମ ଆଖିଟା ଫଡକୁଛି

ଛାତ ଉପରେ ଡାମରା କାଉଟା ବି

କା.. କା.. ରାବୁଛି

ବୋଧହୁଏ ତୁମ ଆସିବାର ପୂର୍ବାଭାସ

ନା.. ମୋ ପ୍ରତି ପ୍ରକୃତିର ଉପହାସ !


ତୁମେ ଗଲାଦିନୁ ବାଡ଼ିପଟ

ମନ୍ଦାର ଗଛରେ ଫୁଲଗୁଡ଼ା

ମଉଳି ତଳକୁ ଝଡି ପଡୁଛି

ଦାଣ୍ଡ ଦୁଆର ତୁଳସୀ ଚଉଁରା ମୂଳେ

ଆଉ ସଞ୍ଜବତୀ ଜଳୁନି ଆଗଭଳି

ଆଲଣାରେ ତୁମ ସମ୍ବଲପୁରୀ ଶାଢ଼ୀଟା

ଗତବର୍ଷ ସାବିତ୍ରୀ କଥା

ମନେପକାଇ ଦେଉଛି

ତୁମର ଲେହେଙ୍ଗା ଶାଢ଼ୀ ପିନ୍ଧିଵାର ଇଛା ଥିଲା

ହେଲେ ମୁଁ ତୁମ ଇଛା ପୂରଣ କରିପାରିଲି ନାହିଁ l


ଏଥର ମ୍ୟାରେଜ ଆନିଭରସରିରେ

ଲେହେଙ୍ଗା ଶାଢ଼ୀଟା ତୁମକୁ ସରପ୍ରାଇଜ

ଦେବାକୁ ଆଣିଥିଲି,

ହେଲେ ତୁମେତ ଚାଲିଗଲ ତୁମ ଘରକୁ

ଆନିଭରସରି ପୂର୍ବରୁ, ଏଯାଏ ଫେରିଲନି l


ବଡ଼ ବିଚିତ୍ର ମୋଭଳି ମଧ୍ୟବିତ୍ତ ପରିବାର ପୁରୁଷର

କାହାଣୀ, କେତେବେଳେ କାନ ଅଛି ତ ସୁନା ନାହିଁ ଆଉ

କେତେବେଳେ ସୁନା ଅଛି ହେଲେ କାନ ନାହିଁ l

କାହାକୁ ଦୋଷଦେବି,

ମୋ ଗରିବ ପଣିଆକୁ !

ନା ମୋ ଶିକ୍ଷାକୁ ଯିଏ,ଭଲ ଚାକିରୀଟିଏ ଦେଇ ପାରିଲାନି !

ନା ସେ ଚାକିରୀକୁ ଯିଏ, ମୋ ଅଭାବକୁ ପୂରଣ କରିପାରିଲାନି !

ଅନ୍ୟକୁ ଦୋଷ ଦେଇ ନିଜ ଦାୟିତ୍ୱରୁ

ନିଜକୁ ମୁକ୍ତ କରିବାକୁ ଚାହୁଁନି

ତୁମେ ପୁଣି କହିବ ପଲାୟନପନ୍ଥୀ ବୋଲି l


ମୋତେ ନେଇ ତୁମ ଆଖିରେ ଅସୁମାରୀ

ସ୍ବପ୍ନ ଜମାଟ ବାନ୍ଧିଥିଲା, ବୋଧହୁଏ ତୁମେ ମୋଠୁ

କିଛି ଅଧିକ ଆଶା କରୁଥିଲ, ଆଉ ମୁଁ

ତୁମ ଆଶାକୁ ପୂରଣ କରିବାରେ ଅକ୍ଷମ ହେଲି l

ଭାବିଥିଲି ତୁମେ ମୋ ପରିସ୍ଥିତିକୁ ବୁଝି ଚଳାଇନେବ ବୋଲି,

ହେଲେ ତୁମେ ପାରିଲନି

ତୁମକୁ ମୁଁ ଦୋଷ ଦେଉନି, ସବୁ ଦୋଷ ମୋର

ପତି ହୋଇ ପତ୍ନୀର ଇଛା ପୂରଣ ନକରି ପାରିବା

ପତିର ହିଁ ଦୋଷ ବୋଲି କୁହାଯାଏ l

ଜାଣେନି ତୁମେ ଆଉ ମୋ ପାଖକୁ ଫେରିବ କି ନାହିଁ

ତଥାପି ମୁଁ ପ୍ରତୀକ୍ଷା କରିଛି ତୁମରି ଫେରିବା ପଥକୁ

ଡାମରା କାଉଟା ମୋ ଆଶାକୁ ମରିବାକୁ ଦେଉନି !

ପ୍ରତିଦିନ କା.. କା.. ରାବରେ ମନରେ ଆଶା ଭରି

ଦେଉଛି ତୁମେ ଫେରି ଆସିବାର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance