ତୁମେ ଗଲା ପରେ
ତୁମେ ଗଲା ପରେ
କଥା ତ ଅନେକ ବାକି ରହିଗଲା
ତୁମେ ଗଲା ପରେ
ସମୟର ଗତି ସ୍ଥିର ହୋଇଗଲା
ତୁମେ ଗଲା ପରେ
ସବୁଜ ଏ ଧରା ସୁନୀଳ ଆକାଶ
ସବୁ ଫିକା ଲାଗେ ଶୂନ୍ୟ ହୃଦୟରେ
ତୁମେ ଗଲା ପରେ
କଥା ତ ଅନେକ ।
ଜ୍ୟୋତ୍ସ୍ନାଭିଜା ରାତି ତୁମ ଉଷ୍ମଛାତି
ନାହିଁ ଆଉ ସେ ପୁଲକ
ହୃଦ ମନ ଭିଜେ ଲହୁଲୁହ ଶେଯେ
ହେଜି ତୁମ ଚନ୍ଦ୍ର ମୁଖ
ନିତି ଖୋଜୁଥାଏ ସଞ୍ଜ ସକାଳରେ
ତୁମେ ଗଲା ପରେ
କଥା ତ ଅନେକ ।
ପାହାଡ଼ି ନିର୍ଝର ମରୁତର ସୁର
ମନେ ହୁଏ ତାଳ ହରା
ବିଜନ ବେଳାରେ ଏକାକୀ ଏ ମନ
ଖୋଜେ ସ୍ମୃତି ଅପୋଶୋରା
ଜଳୁଛି ହୃଦୟ ବିରହ ବହ୍ନିରେ
ତୁମେ ଗଲା ପରେ
କଥା ତ ଅନେକ ।
