ତୁମେ ଚାଲିଗଲ
ତୁମେ ଚାଲିଗଲ
ଶୋକ ସାଗରେ ଭସାଇ ଦେଇ
ବାପା ତୁମେ ଚାଲିଗଲ
ଦୁଃଖ ଦରିଆରେ ଛାଡି ଦେଇ
ବାପା ତୁମେ ଚାଲିଗଲ ।
ତୁମ ଶେଷ ନିଃଶ୍ୱାସ ଚାଲିଥିବା ଯାଏଁ
ତୁମେ ଆମ ବଳ ଥିଲ
ଦୁଃଖ ଦୁର୍ଦ୍ଦଶା ଦୁର୍ଦ୍ଦିନରେ
ତୁମେ ଆମ ସାହା ଭରସା ଥିଲ
ପ୍ରତୀକ ଥିଲ ଆମ ପରିବାରର
ଶିଖାଇଥିଲ ଆମକୁ କେତେ ସଂସ୍କାର
ନୀତି ନୈତିକତା ଆଦର୍ଶ
ଥିଲ ଆମ ସଭିଙ୍କର
ସବୁ ମୋହ ମାୟା ତ୍ୟାଗ କରି
ଛାଡି ଚାଲିଗଲ ତୁମ ସଂସାର
ଶୋକ ସାଗରେ ଭସାଇ
ବାପା ତୁମେ ଚାଲିଗଲ
ତୁମେ ଚାଲିଗଲ ।
କେତେ ହସ କାନ୍ଦର ସମ୍ମିଶ୍ରଣେ
ଚଳାଇ ଆସୁଥିଲ
ତୁମ ଦୁଃଖ ସୁଖର ପରିବାର
ସବୁ ନାହିଁ ନାହିଁ ଭିତରେ ବି
କେବେ କରି ନ ଥିଲ ଆମକୁ ହତାଦର
ତୁମ ସ୍ନେହ ତୁମ ମମତା ତୁମ ଆଦର
ଆଣୁଥିଲା ଆମ ମନେ
ଶକ୍ତି ସାହାସ ଶାନ୍ତି ମୈତ୍ରୀ ର
ଇତିହାସ ହୋଇଗଲ ଆମ ପାଇଁ
ତୁମ ସ୍ମୃତି ତୁମ ଅନୁଭୂତି ଅଭିଜ୍ଞତା
ପ୍ରେରଣା ହୋଇ ରହିଥାଉ
ସବୁଦିନ ପାଇଁ ଚିରକାଳ
ପରଲୋକେ ଥାଇ ତୁମେ
ଏତିକି ଆମ ମାନଙ୍କୁ ଆଶୀର୍ବାଦ କର
ତୁମ କଥା ତୁମ କାର୍ଯ୍ୟ ଶୈଳୀ
ତୁମ ଉପଦେଶ ସବୁ ହୋଇ ରହୁ
ଆମ ଆତ୍ମା ହୃଦୟେ ସର୍ବକାଳ
ତୁମରି ଆଶିଷ ଦେଉଥାଉ
ଆମ ମାନଙ୍କୁ ମହାବଳ
ଦୋଷ ତ୍ରୁଟି ଯଦି କିଛି ରହିଯାଇଥାଏ
ସେ ପୁରରେ ଥାଇ କ୍ଷମା କର
ଆମ ସଭିଙ୍କୁ କ୍ଷମା କର କ୍ଷମା କର
ତୁମରି ଆଶିଷ ଝରୁଥାଇ
ସଦା ସର୍ବଦା ହୋଇ ନିରନ୍ତର
ନିରୀହ ନିଷ୍କପଟ ମଣିଷ
ବାପା ତୁମେ
ଶୋକ ସାଗରେ ଭସାଇ ଦେଇ
ଚିର ନିଦ୍ରାରେ ଶୋଇ
ଆମକୁ ସବୁଦିନ ପାଇଁ
ଛାଡି ଚାଲିଗଲ
ଚାଲିଗଲ ତୁମେ ଚାଲିଗଲ ।।
