ତୁମେ ଆସିଛ ମୌସୁମୀ
ତୁମେ ଆସିଛ ମୌସୁମୀ
ବରଷକୁ ଥରେ ରଜ ସାଥେ ତୁମେ ଆସ
ତୁମ ଆଗ ମନେ ନବ ବିଭା ରେ ବିକାଶ
ହୁଅଇ ଧରଣୀ , ବନ ଗିରି ଓ ଆକାଶ
ଦିପ୍ତ ଲାବଣ୍ୟ ପ୍ରତିମା ପରାଏ ସୁହସ
ପରକାସି ଚାରୁ ତରୁ ଚମକେ ସଜାଇ
ହସି ଉଠେ ଆହା କେତେ ଫୁଲ ଫଳେ ଶୋଭି
ପହିଲି ବର୍ଷାରେ ମାଟି ମହକାଇ ତୁମେ
ଆଗମନ କରି ରଚ କେତେ କେତେ ସ୍ଥାନେ
ପ୍ରବାହିତ ହୁଏ କ୍ରମେ ଶୀତଳ ପବନ
ରୋମାଞ୍ଚିତ ପୁଲକିତ ହୁଏ ଦେହ ମନ
ବର୍ଷା ଅଭାବରୁ ନିଦାଘ ତାପରୁ ଧରା
ରୁକ୍ଷ ଶୁଷ୍କ ଜଙ୍ଗଲ ଓ ପରିବେଶ ପ୍ରତି
ଅନୁରାଗ ମଧୁ ବର୍ଷି ପରାଣ ପରଷି
କାଳେ କ୍ରମେ ଧୀରେ ତମେ ଦିଶ ରମ୍ୟ ତର
କୁସୁମ ରୋଷଣୀ ଟାଣି ସ୍ନିଗ୍ଧ ସୁଶୀତଳ
ପୃଥ୍ବୀ କୁ କରାଅ ବରଷା କାଦୁଅ ବୋଳା
ମୌସୁମୀ ଗୋ ତୁମର ଯେ ବିପୁଳ ପ୍ରତିଭା
ସ୍ନିଗ୍ଧ ଗନ୍ଧେ ଗନ୍ଧବତୀ ଉଠଇ ମହକି
ଆସିଲେ ତୁମେଗୋ ଧରା ଶୋଭା ପାଏ ବୃଦ୍ଧି
ଜୀବଜଗତର ତୁମେ ପ୍ରିୟ ଗୋ ମୌସୁମୀ
ତୁମ ପ୍ରଭାବରେ ପରିବର୍ତ୍ତିତ ଅବନୀ
ସୁଲୁସୁଲୁ ବାଆ ବହୁ ଥାଏ ପ୍ରତିକ୍ଷଣ
ଅନୁଭବ ହୁଏ କରି ତୁମ ସ୍ନେହ ଦାନ
ପରିବେଶ ପ୍ରତି ଅନୁରାଗ ପ୍ରୀତି ଭରି
ଅନୁକ୍ଷଣେ ପ୍ରାଣୀ ଦୁଃଖ ଶୋକ ନାଶ କରି
ତୁମେ ଆସିଛ ମୌସୁମୀ ବର୍ଷା କାଳ ଆଣି
ଆହାକି ସରାଗେ ତୁମେ ଯାଅ ଖୁସି ବୁଣି ।