ତୁମ
ତୁମ
ମୋତେ ଖୁବ ସୁନ୍ଦର ଦିଶ ତୁମେ
ଯେବେ ତୁମେ
ସିନ୍ଦୁରଟୋପା ଲଗାଅ
ମଥାକୁ ଗେଲ କରି ।
ନୀଳ ଶାଢୀକୁ ଟାଣିନିଅ ଖୋସା ଉପରକୁ
ଢଳ ଢଳ କଳାଆଖିର ବାଙ୍କ ଚାହାଣୀରେ
ଗୋଲାପୀ ଓଠ ଚିପିଚିପି ହସିଦିଅ ଯେବେ
ମୋତେ ଖୁବ ସୁନ୍ଦର ଦିଶ ତୁମେ ।
ଅଳତାନେସା ପାଦେ ରୂପାର ଝୁଣ୍ଟିଆ
ହଳଦୀଲିପା ନରମହାତେ
ସୁନାର କଙ୍କଣ ପିନ୍ଧି
ଝୁଲାଇଦେଲେ ସରୁ ଅଣ୍ଟାରେ
ତୁମେ ଚାବିନେନ୍ଥାଟିଏ
ମୋତେ ଖୁବ ସୁନ୍ଦର ଦିଶ ତୁମେ ।
କୁଞ୍ଚଦିଆ ନାଲିଶାଢୀ ପିନ୍ଧି
ସଞ୍ଜରେ ଆମ ଚଉଁରାମୂଳେ
ଦୀପଟିଏ ଜାଳିଦେଇ ଯେବେ
ବାଣ୍ଟୁଥିବ ପିଲାଙ୍କୁ ତୁମେ
ହରିଣୀ ଆଖିରେ ସ୍ନେହ ମମତାର ମିଠାଇ
ମୋତେ ଖୁବ ସୁନ୍ଦର ଦିଶ ତୁମେ ।
ଫେରୁଥିଲେ ନଈତୁଠରୁ
ଓଦା ସରସର ହୋଇ
ବଢିଭୋରୁ ଯାଇ
ଲାଜର ଓଜନେ ତୁମ ନୁଆଁଣିଆ ଚାହାଁଣୀରେ
ଖାଲି ଝରୁଥିବ ପ୍ରେମର ଝରଣା
ରୁଣୁଝୁଣୁ ତୁମ ପାଉଁଜି ଚୁଡି ସୁରେ
ତମେ ସତେ ଦିଶୁଥିବ
ଅପରୂପା ଅନନ୍ୟା ସେତେବେଳେ
ଏ ପୃଥିବୀର ସବୁ ନାରୀ ଠାରୁ
ମୋ ଆଖିତଳେ
ଖୁବ ସୁନ୍ଦର ଦିଶ ତୁମେ ।