Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Romance

4  

Sukadev Mahanta

Romance

ତୁମ ସ୍ମୃତି

ତୁମ ସ୍ମୃତି

1 min
328


ତୁମ ମୁହଁ ଦିଶେ ମୋର      ପଲକେ ଦୁଇ ଆଖିର

    ତୁମରି ସ୍ମୃତିରେ ମୁହିଁ ହଜି ଯାଇଛି

 ଗଗନ ଦେଶରେ ତୁମ     ରୂପ ଦିଶେ ଅନୁପମ

     ମଧୁଝରା ହସ ତୁମ ନେତ୍ରେ ଭାସୁଛି  

       ତୁମ ଅଧା ଲେଖା କବିତା ||

ତୁମ ସ୍ମୃତି ରୂପା ଜହ୍ନ       ଚନ୍ଦ୍ରିମା ପରଶେମନ          

ଅତୀନ୍ଦ୍ରିୟ ଦେଶେ ଯାଇ କରେ ଭ୍ରମଣ

ତୁମ ପ୍ରୀତି ଜ୍ୟୋତ୍ସ୍ନା ଧାରା     ଭିଜାଇ ମୋ ଦେହ ସାରା

     ସୁଖର ବୋଇତେ ଭାସି ଦେଖେ ସପନ

      ବୋଳି ଦେହେ ପ୍ରୀତି ଚନ୍ଦନ ।

ମନେ ପଡୁଛ ଗୋ ତୁମେ    କବିତାର ପଂକ୍ତି ମଧ୍ୟେ

    ତୁମ ଆଖି ଇସାରା ମୋ ହୃଦକୁ ହାଣେ

ସେ ଆଖିର ମାଦକତା     ଭରେ ମହୁଲିର ନିଶା   

     ଝୁମି ଝୁମି ମନ ନାଚେ ମଧୁ ଲଗନେ

     ତୁମ ସୁକୋମଳ ପରଶ

  ସାରା ଦେହେ ଶିହରଣ ଜାଗେ ସରସ ||

ତୁମେ ଫୁଲ ମୋର ପାଇଁ   କଣ୍ଟା ଥିଲି ତୁମ ପାଇଁ

      ଉତ୍କଣ୍ଠାରେ ଭରା ଥିଲା ଆମ ପରାଣ

କୁଆଡୁ ଆସିଲା ମାଳି     ଆକର୍ଷଣେ ନେଲାତୋଳି

      ଉତ୍କଣ୍ଠାରେ ଅନ୍ତ କରି ଦେଲା କଷଣ

          ଫୁଲ କଣ୍ଟା ଭାବ ଆମର

       ଯୁଗ ଯୁଗ ରହିଥାଉ ଚିର ଅମର||

ତୁମକୁ ଖୋଜୁଛି ମୁହିଁ        ତୁମରି କବିତା ଦେଇ

     ଭାବାବେଗ ଭରି ଦିଏ ମନେ ମୋହର

ତୁମକଥା ଭାବି ଭାବି      ଆଙ୍କେ ତୁମ ପ୍ରତିଛବି

     ସାଗର ଜଳରେ ଯେହ୍ନେ ଦୃଶ୍ୟ ପୋତର

          ଦେଖାଦେଇ ଯାଏ ଉଭେଇ

       ମନରେ ମୋ ତୁମ ସ୍ମୃତି ପଶେ ଧସେଇ ||

ଦେଖୁଛି ତୁମକୁ ମୁହିଁ        ତୁମ କବିତାରେ ସେଇ

    ବିଲ ବଣ ତୋଟା ମାଳ ନୀଳ ଆକାଶ

ଯାର ବନ ଉପବନ       ମୋହି ନେଉଥିଲା ମନ

    ସବୁଠାରେ ଦେଖେ ମୁହିଁ ତବ ପ୍ରକାଶ

        ଆହେ ପ୍ରାଣ ପ୍ରିୟ ମୋହର

     ତୁମ ପ୍ରୀତି ଝରା ସ୍ମୃତି କରେ ବିଭୋର||


Rate this content
Log in