ତୁମ ପାଇଁ
ତୁମ ପାଇଁ
ଆଖିରେ ଲୁହ ଧାର ଧାର
ଓଠ ପିଇଯାଏ ତୃଷାରେ
ଭୂମାତା ଉପରେ ବରଷି ଯାଏ
ବୋହିଯାଏ ଜଳଧାରା
ସେତିକି ବେଳେ ମୁଁ ଆସ୍ବସ୍ତି ହୁଏ
ମନ୍ଦିର ବେଢାରେ ଶଙ୍ଖଧୂନି ପରି
ମୁଁ ସଂପୂର୍ଣ୍ଣ ଚୁପ ହୋଇରହେ ।
ମୋ ପାଖରେ ଭାଷା ପାଏନା ରାସ୍ତା
ବେଳେ ବେଳେ ମନେ ପଡେ
ମୋ ଅତୀତର ହଜି ଯାଇଥିବା
ସେଦିନର ବିକଟ ଅଟ୍ଟହାସ୍ଯ ।
ନଅଙ୍କ ଦୁର୍ଭିକ୍ଷ ପରି
ହା ଅନ୍ନ ହା ଅନ୍ନର ଚିକ୍ଢାର
କୋଇଲିର କୁହୁ କୁହୁ ତାନରେ
ଦୂର ଦିଗବଳୟ ସେପାରି ମନ
ଲେଉଟି ଆସିବାକୁ ଚେଷ୍ଟାକରେ
ବଞ୍ଚିବାର ନୂଆ ଆଶା ନେଇ
ତୁମେ ବୁଝ କି ନବୁଝ
ମୁଁ ବଞ୍ଚିଛି ଆଜି କେବଳ
ତୁମ ପାଇଁ ତୁମ ପାଇଁ ।