Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Tragedy

3  

Prafulla Kumar Tripathy

Tragedy

ଔଷଧ

ଔଷଧ

1 min
187



ବୟସ ବି ଦିନେ ମଣିଷକୁ ଦଗାଦିଏ

ସକାଳ ସନ୍ଧ୍ଯା ହେଲେ ଖୋଜା ପଡେ

ଅସୁସ୍ଥ ମଣିଷ ପାଇଁ ଔଷଧ l

ବଟିକା ସିରାପ ହେଉ କିମ୍ବା

ଆୟର୍ବେଦିକ ଦଶମୂଳା ପାଚନ

ହୋମିଓପାଥିକର ଗୁଲି ପାଣି ଔଷଧ l

ମନେ ପକାଇବାକୁ ପଡେ

ଡାକ୍ତର ବାବୁ କଣ କହିଥିଲେ

ଥରେ ଥରେ ମନେ ନ ପଡିଲେ

ଡାକ୍ତର ବାବୁଙ୍କ ହାତଲେଖାକୁ

ଆଖୀ ବୁଲାଇବାକୁ ପଡେ

ଠାର ମରା ଚିଠି ଉପରେ l

କେତେଥର ଖାଇବ କେତେ ଠିପି

ସକାଳୁ ଦିପହର ସନ୍ଧ୍ଯା ରାତି

ଖାଲିପେଟରେ କି ଖାଇବା ପରେ

ଥଣ୍ତା ଉଷୁମ ପାଣିରେ

ନା ସିଧା ଯିଭ ଉପରେ l

କେବେ କେବେ ରୋଗ ଭଲ ହୁଏ

ଆଉ ଟିକେ କମିବା ଅଥବା

ସଂପୂର୍ଣ୍ଣ ଆରୋଗ୍ଯ ପାଇ

ମନଟା ଛାଟ ପିଟ ହୁଏ l

ସେମିତି ମୋ ଦେହ

ଡାକ୍ତରଙ୍କୁ ଦେଖା କରି ପାରୁଛି

ନା ଔଷଧ ଖାଇ ପାରୁଛି

ଡାକ୍ତର ଖାନାର ଭିଡ ଭିତରେ

ମୁଁ ନିଜକୁ ନିଜେ ହଜିଯାଏ

ଲୋକଙ୍କ ଗହଳି ଭିତରେ

ସରକାରଙ୍କ ସେହି ମାଗଣା

ଔଷଧ ଟିକକ ପାଇବା ପାଇଁ l




Rate this content
Log in

Similar oriya poem from Tragedy