STORYMIRROR

Prafulla Kumar Tripathy

Drama

3  

Prafulla Kumar Tripathy

Drama

ଜାନୁଆରୀ ୨୪

ଜାନୁଆରୀ ୨୪

1 min
9

ନୂଆ ବର୍ଷର ସକାଳୁ ସକାଳୁ

କବାଟଟି ଖୋଲୁ ଖୋଲୁ 

ଉତ୍ତର ଦିଗରୁ କୋହଲା ପବନ

ମାଡିଆସି ଫଡ ଫଡ ଶଦ୍ଦକଲା

କାନ୍ଥରେ ଟାଙ୍ଗିଥିବା

ଆମ ପରିଷଦର ନୂଆବର୍ଷର 

ସେହି କ୍ଯାଲେଣ୍ତରଟି ା

ଏହା କ୍ଯାଲେଣ୍ତର ନୁହେଁ

ଏହା ବାରମାସର 

ଗୋଟିଏ ଗୋଟିଏ ଚିତ୍ରପଟ

ଆଜି ନୂଆବର୍ଷରେ ବସିଛି

ବାରମାସର ବୈଠକ

ଜଣେ ନୁହେଁ ଗୋଟି ଗୋଟି କରି 

ଏଗାର ମାସର ସେହି 

ଅପରାଧର ତାଲିକା 

ଶେଷରେ ଆସେ ଡିସେମ୍ବର

ଚାଲିଛି ବିଚାର ସମସ୍ତେ 

ଜଣେ ଜଣେ ଅପରାଧି

କିଏ ଫଗୁଣରେ ରଙ୍ଗ ଖେଳିଛି

କିଏ ବସନ୍ତରେ ମତୁଆଲ ହୋଇଛିତ

କିଏ ଶ୍ରାବଣର ବର୍ଷାରେ ଭିଜିଛି

କିଏ ବୈଶାଖ ଖରାରେ ବେହସ ହୋଇଛି

ଏମିତି ଏଗାର ଜଣଙ୍କ ମୃତ୍ଯ ଦଣ୍ତ

ଘୋଷଣା ସରିଲାଣି

ଜଣ ଜଣକୁ ଫାଶି ଖୁଣ୍ଟରେ

ଝୁଲିବା ପାଇଁ ଅର୍ଡର

ଫର ଫର ଉଡିଲାଣି ପୃଷ୍ଠା ପରେ ପୃଷ୍ଠା

ଏଗାର ମାସ ସରିବା ପରେ

ଡିସେମ୍ବର ମାସ ସରିବ

ବିଚାର କରିବ ଡିସେମ୍ବର ୩୧

ବର୍ଷର ଶେଷ ତାରିଖ

ଯାହା ମଧ୍ଯରାତ୍ରରେ ଘୋଷଣା ହୁଏ

ଦଣ୍ତର ହିସାବ ନିକାଶ

ଗୁପ୍ତଚର ରଜାଙ୍କୁ ଦେବେ

ବର୍ଷଯାକର ଦଣ୍ତର ତାଲିକା

ଜନମ ମରଣ ବର୍ଷର ହିସାବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama