Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Tragedy

4  

Prafulla Kumar Tripathy

Tragedy

ଜନ୍ମ ମୃତ୍ଯୁ

ଜନ୍ମ ମୃତ୍ଯୁ

1 min
329


ଜୀବନର ଦୀପ ସରିଯିବ ଦିନେ

କେତେ ବେଳେ କିଏ ଜାଣିଛି

ଜନ୍ମରୁ ମରଣ କପାଳ ଲିଖନ

କେ କହି ପାରିବ ବିଧାତା ପରା ଗଢିଛି l

ବୟସ ଆମର ସରିଯିବ ଯେବେ

ପଚାରିବେ ନାହିଁ କେହି 

ଜୀବନ ଦୀପାଳି ଲିଭିଗଲେ ଦିନେ

ଆହାବୋଲି କହି ଚାଲିଯିବେ ସବୁ ଭାଇ l

ବନ୍ଧୁ ପରିଜନ ଆମ୍ଢିୟ ସୁଜନ

ରୋଦନ କରିବେ ବସି

ସାହି ଭାଇମାନେ କୋକେଇ ସଜାଇ

ଶ୍ମଶାନକୁ ନେବେ ଆସି l

ରାମ ନାମ ସତ୍ଯହେ ହରିନାମ ସତ୍ଯହେ

ତୁଣ୍ତରେ ପଡିବ ଉଛୁଳି

ଖଇ କଉଡି ବିଞ୍ଚି ବିଞ୍ଚି ନେବେ

ବେଳତ ଯିବ ସରି l

ମୁଖରେ ନିଆଁ ଦେଇଦବ ଆସି

ଘରର ବଡ ପୁତ୍ର

ଜୁଇରେ ନିଆଁ ଜଳିବ ଶରୀର

ହୋଇବ ମୁଠେ ପାଉଁଶ l

ଜୀବନ ତମାମ ଅଭିନୟ କରି

ଶେଷ ହୋଇଯିବ ଯାତ୍ରା

ଜ୍ଞାତି କୁଟୁମ୍ବ ସୁଧ ହୋଇଯିବେ

ପାଶୋରି ଦେବେ ତୁମ ନା l

ମାଟିର ଏଦେହ ମାଟିରେ ମିଶିବ

କିଛି ନେବା ନାହିଁ ଆମେ

ଏ ମିଛମାୟା ସଂସାରରେ

ଲୋଭମାୟା ବନ୍ଧନ କଟିକି

ଆମ୍ଢା ଉଡିଯିବ ଦିନେ ll


Rate this content
Log in

Similar oriya poem from Tragedy