ସିନ୍ଦୁର
ସିନ୍ଦୁର
ମୁଁ ତୁମକୁ କହିଥିଲି
ତୁମ ମଥାର ସିନ୍ଦୁର
ଭଲ ଲାଗେ ବୋଲି।
ମୁଁ କଣ ଜାଣିଥିଲି ତୁମ ମଥାରେ
ଏତେ ସୁନ୍ଦର ଦେଖାଯିବ ବୋଲି
କାଲି ତ ମୋତେ ଆକିଶର ଜହ୍ନ
ଫିକା ଫିକା ଦିଶୁଥିଲା
ସତେ ଯେମିତି ତା ପାଖରେ ଆଉ
ସେ ଚମକ ନଥିଲା।
କେଜାଣି କଣ ହୋଇଛି ମୋର
ଆଜି କାଲି ଶରତ ଋତୁର
ସଫା ଆକାଶବି ମଳିନ ଦିଶୁଛି
ତା ଆଗରେ ଇନ୍ଦ୍ରଧନୁର
ସାତରଙ୍ଗ ବି ଫିକା ଲାଗୁଛି।
ମୁଁ ଖାଲି ତୁମକୁ କହିଥିଲି
ତୁମେ ଥରେ ହସିଦିଅ
ମୋ ସାମ୍ନାରେ ଥରେ
ମୁଁ କଣ ଜାଣିଥିଲି ସେ ହସ
ମୋର ନିଦ ଚୋରିକରି ନେବ ବୋଲି
ଏ ମନଟାବି ଗୋଟେ
କେମିତି କେଜାଣି
କାଲି ସିଏ କହୁଥିଲା ମୋର ବୋଲି
ଆଜି ମୁଁ ଏତେ ପର ହୋଇଗଲି
ପୁଣି ସିଏ ଆଉ କା ହାତ ଧରିଦେଲା ?