ତୁମ ପାଇଁ
ତୁମ ପାଇଁ
ତୁମ ପାଇଁ ସ୍ମିତ ହାସେ
ନିତି ରାତି
ଦିନ-ପ୍ରତିଦିନ ଯାଏ ବିତି
ଲାଜ ଭରା ହସ
ହସରେ କୁହୁକ
ଅମାନିଆ ଆଖି ଗଲାଣି ଲାଖି
ଦେଉନି ଉପମା
ଆଗୋ ମୋ ପ୍ରତିମା
ମାନସ ମନ୍ଦିରେ କରିଲ ଘର
ଶୂନ୍ୟ ମନ୍ଦିରଟା
ଝଲସି ଉଠିଲା
ଯେବେଠୁ କଣେଇଁ ଦେଲାଗୋ ଠାର
ରାଧା-କୃଷ୍ଣ ପ୍ରେମ
କେତେ ଯେ ପଢିଛି
ଅନୁଭବେ ମୋର ନଥିଲା କିଛି
ତୁମେ ଦେଖୁଥିଲ
ମୁ ଦେଖୁଥିଲି
ଉଜାଣି ବହିଲା ପ୍ରେମର ପ୍ରୀତି
ବିଭାବନା ଭାବେ
ସଞ୍ଚରି ଗଲା ମୋ
ହୃଦେ କରି ମୋର ଗଭୀର କ୍ଷତି
ତତକ୍ଷଣେ ଭରିଲା
ସବୁ କ୍ଷତ ମୋର
ଓଠୋ ଚାପି ଯେବେ ଦେଲ ଗୋ' ହସି