STORYMIRROR

ଦିବ୍ୟ ରଞ୍ଜନ ସାହୁ

Romance

3  

ଦିବ୍ୟ ରଞ୍ଜନ ସାହୁ

Romance

ତୁମ ପାଇଁ

ତୁମ ପାଇଁ

1 min
197



ତୁମ ପାଇଁ ସ୍ମିତ ହାସେ

ନିତି ରାତି

ଦିନ-ପ୍ରତିଦିନ ଯାଏ ବିତି

ଲାଜ ଭରା ହସ

ହସରେ କୁହୁକ

ଅମାନିଆ ଆଖି ଗଲାଣି ଲାଖି

ଦେଉନି ଉପମା

ଆଗୋ ମୋ ପ୍ରତିମା

ମାନସ ମନ୍ଦିରେ କରିଲ ଘର

ଶୂନ୍ୟ ମନ୍ଦିରଟା

ଝଲସି ଉଠିଲା

ଯେବେଠୁ କଣେଇଁ ଦେଲାଗୋ ଠାର

ରାଧା-କୃଷ୍ଣ ପ୍ରେମ

କେତେ ଯେ ପଢିଛି

ଅନୁଭବେ ମୋର ନଥିଲା କିଛି

ତୁମେ ଦେଖୁଥିଲ

ମୁ ଦେଖୁଥିଲି

ଉଜାଣି ବହିଲା ପ୍ରେମର ପ୍ରୀତି

ବିଭାବନା ଭାବେ

ସଞ୍ଚରି ଗଲା ମୋ

ହୃଦେ କରି ମୋର ଗଭୀର କ୍ଷତି

ତତକ୍ଷଣେ ଭରିଲା

ସବୁ କ୍ଷତ ମୋର

ଓଠୋ ଚାପି ଯେବେ ଦେଲ ଗୋ' ହସି




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance