STORYMIRROR

ଦିବ୍ୟ ରଞ୍ଜନ ସାହୁ

Others

3  

ଦିବ୍ୟ ରଞ୍ଜନ ସାହୁ

Others

ଯୌବନର ସ୍ଵେଦ

ଯୌବନର ସ୍ଵେଦ

1 min
220

ଭୁଲିଗଲ ବାଟ ଆଜି

ବନ୍ଧୁ ଏ ପ୍ରେମର

ପ୍ରତିସ୍ପର୍ଦ୍ଧା ପରେ ଦୁହେଁ

ଲାଗନ୍ତି ନିଜର l


କେତେବେଳେ ପ୍ରେମ

ତୁମ ଯୌବନକୁ ଭାଳେ

କେତେବେଳେ ପୁଣି

ଶୁଦ୍ଧ ଚୈତନ୍ୟର କୋଳେ l


ଅବିରତେ ନିତ୍ୟ-ରତ

ରାସ-ରଙ୍ଗେ ମାତି

ଯୌବନର ସ୍ଵେଦ ତଳେ

ଖୋଜୁଥାଏ ତାତି l


ଭାବେ ଏ ଦୁନିଆ ଥକେ

ଏମିତି କାହିଁକି ?

ଯୌବନର ସ୍ଵେଦ

ଏତେ ଗରମ କାହିଁକି ?



Rate this content
Log in