STORYMIRROR

ଦିବ୍ୟ ରଞ୍ଜନ ସାହୁ

Others

3  

ଦିବ୍ୟ ରଞ୍ଜନ ସାହୁ

Others

ନିମନ୍ତ୍ରଣ

ନିମନ୍ତ୍ରଣ

1 min
399

ଶୁଭ୍ର ଏ ବସନେ କିଏ

ଅଛ ମୋ କାନନେ

ଏତେ ପ୍ରଭାତରୁ କିଏ ଆସିଛ ଯତନେ

କିଏ ତୁମେ ରୂପବତୀ

ମୌନ ହୋଇ ଅଛ

ଅବା କେଉଁ ପୁରୁଷର ଅପେକ୍ଷାରେ ଅଛ...?


କୁହ-କୁହ ମୌନାବତୀ

ସୁନ୍ଦର ପ୍ରଭାତେ

ଚନ୍ଦ୍ରବଦନୀ ଗୋ କେଶ ଅସ୍ତବ୍ୟସ୍ତ ଏତେ...?


ନିଶ୍ଚେ ଏ କଳ୍ପନା ବ୍ୟର୍ଥ

ଆଲୋକ ସନ୍ଧାନେ

ବିଲୁପ୍ତ ସଳିତା ଯେବେ

ପ୍ରଦୀପ ଜୀବନେ

'ନିଶା" ହେ' ତୁମକୁ ଆଜି

ଦେଲି ନିମନ୍ତ୍ରଣ

ମୋ ପ୍ରିୟାର ହୃଦୟକୁ

କରିବ ଆଘ୍ରାଣ

ପ୍ରତିସ୍ପର୍ଦ୍ଧା କରିବନି

ପ୍ରିୟା ସାଥେ ମୋର

ତୁମେ ତ ଆସିବ ପ୍ରିୟା

ଦେଲି ନିମନ୍ତ୍ରଣ ।



Rate this content
Log in