Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଫୁଲ

ଫୁଲ

1 min
311



ତୁମେ ନାରୀ ପରି

କାହା ପାଖେ ଶୋଭା ପାଅ

କହିବକି ଠିକ କରି?

କେଉଁ ଦେବ ଅପେକ୍ଷାରେ

ଅବା ଚରଣରେ

ଲୋଟିବକି ଶଯ୍ୟା ତଳେ

ବାସର ରାତିରେ

ନେତା-ମନ୍ତ୍ରୀ-ହାକିମଙ୍କ ଗଳାରେ

କଳା ମଚମଚ ଚମଡା

ଜୋତାର ଦଳନରେ

ଖୁସି ପାଇବକି ତୁମେ

ଅଭିଶପ୍ତ ଉଦ୍ୟାନରେ

ପ୍ରେମ-ପ୍ରାଚୁର୍ଯ୍ୟର ବଣରେ

ଛଳନା ଓ ପ୍ରତାରଣାର

ପ୍ରେମ ନିବେଦନରେ

କୁହ?

ଜୀବନର ଶେଷ ପାହାଚରେ

କୋକେଈର ଶବ ଉପରେ

କୋଉଥିରେ ?

ତୁମେ ପାଇବ ଶାନ୍ତି

ତୁମ ରୂପ ହେବ

ଚନ୍ଦ୍ରମାଠୁ ବେଶୀ

ତୁମ ଶ୍ଵାସ ହେବ,

ମୁକ୍ତିର ।



Rate this content
Log in